ହାତ ମିଳାଇଲେ ନରେନ୍ଦ୍ର ମୋଦୀ-ରାହୁଲ ଗାନ୍ଧି

0

 ନୂଆଦିଲ୍ଲୀ: ବିଜେପି ସାଂସଦ ଓମ୍ ବିର୍ଲା ୧୮ତମ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବୁଧବାର ସେ ବାଚନିକ ଭୋଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମ୍ ବିର୍ଲାଙ୍କୁ ବାଚସ୍ପତିଙ୍କ ମଞ୍ଚକୁ ନେଇଯାଇଥିଲେ। ଏହା ଏକ ସଂସଦୀୟ ପରମ୍ପରା। ବାଚସ୍ପତି ନିରପେକ୍ଷ ହେବା କଥା। ଏଥିପାଇଁ ଶାସକ ଦଳ ଓ ବିରୋଧୀଙ୍କ ସ୍ୱାର୍ଥର ଯତ୍ନ ନେବାକୁ ପଡ଼ିବ। ସେଥିପାଇଁ ଗୃହ ନେତା ଓ ବିରୋଧୀ ଦଳ ନେତା ତାଙ୍କୁ ମଞ୍ଚକୁ ନେଇ ଶୁଭେଚ୍ଛା ଜଣାଇଥିଲେ। ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧି ହାତ ମିଳାଇବା ବେଶ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା ।

ଏଥର ଲୋକସଭା ବାଚସ୍ପତି ନିର୍ବାଚନରେ ସହମତି ସୃଷ୍ଟି କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ତାହା ସଫଳ ହୋଇନଥିଲା। ଲୋକସଭାର ଉପବାଚସ୍ପତି ପଦ ପାଇଁ ବିରୋଧୀ ଦାବି କରିଥିଲେ। କିନ୍ତୁ ସରକାର ଏ ନେଇ କୌଣସି ପ୍ରତିଶ୍ରୁତି ଦେଇନଥିଲେ। ଏହାପରେ ବିରୋଧୀ ମାନେ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ଆଜି ଗୃହରେ ମତଦାନ ହୋଇନଥିବାରୁ ଲୋକସଭାବାଚସ୍ପତି ନିର୍ବାଚନ ସ୍ୱର ଭୋଟରେ ହୋଇଥିଲା

Leave A Reply

Your email address will not be published.