ଏକଜିଟ୍ ପୋଲ୍ ଆକଳନ : ଦେଶରେ ପୁଣି ଥରେ ମୋଦୀ ସରକାର, କିନ୍ତୁ ମିଳିବନାହିଁ ୪୦୦ ଆସନ

0


ନୂଆଦିଲ୍ଲୀ: ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ସହ ବିଭିନ୍ନ ସର୍ଭେ ସଂସ୍ଥାଙ୍କ ଦ୍ବାରା କରାଯାଇଥିବା ବୁଥ ବାହୁଡ଼ା ମତାମତ ସର୍ଭେ ବା ଏକଜିଟ ପୋଲ୍ ରିପୋର୍ଟ ଆସିଛି । ଅଧିକାଂଶ ସଂସ୍ଥାଙ୍କ ଆକଳନରୁ ଜଣାପଡ଼ିଛି ଯେ ଏଥର ପୁଣି ଥରେ ଦେଶରେ ମୋଦୀ ସରକାର ହେବାକୁ ଯାଉଛି । ତେବେ ଗୋଟିଏ ରିପୋର୍ଟକୁ ଛାଡ଼ିଦେଲେ ଅନ୍ୟ କୌଣସି ରିପୋର୍ଟରେ ଏନଡିଏକୁ ୪୦୦ରୁ ଅଧିକ ଆସନ ଦିଆଯାଇନାହିଁ । କେବଳ ଇଣ୍ଡିଆ ଟିଭି-ସିଏନଏକ୍ସର ରିପୋର୍ଟ ଅନୁସାରେ ବିଜେପିକୁ ୩୭୧ରୁ ୪୦୧ ଆସନ ମିଳିବାର ସମ୍ଭାବନା ରହିଛି ।
ଇଣ୍ଡିଆ ନ୍ୟୁଜ୍-ଡି ଡାଇନାମିକ୍ସର ଆକଳନ ଅନୁସାରେ ଲୋକସଭା ନିର୍ବାଚନରେ ଏନଡିଏକୁ ୩୭୧ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ଇଣ୍ଡିଆ ମେଣ୍ଟକୁ ୧୨୫ଟି ଆସନ ଜିତିବାର ସମ୍ଭାବନା ରହିଛି । ଅନ୍ୟମାନଙ୍କୁ ୪୭ଟି ଆସନ ଜିତିବାର ସମ୍ଭାବନା ରହିଛି ।
ସେହିପରି ‘ଜନ କି ବାତ’ର ଆକଳନ ଅନୁସାରେ ଏନଡିଏକୁ ୩୬୨-୩୯୨ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ଇଣ୍ଡିଆ ମେଣ୍ଟକୁ ୧୪୧-୧୬୧ଟି ଆସନ ଜିତିବାର ସମ୍ଭାବନା ରହିଛି । ଅନ୍ୟମାନଙ୍କୁ ୧୦-୨୦ଟି ଆସନ ଜିତିବାର ସମ୍ଭାବନା ରହିଛି ।
ରିପବ୍ଲିକ୍ ଭାରତ-ମାଟ୍ରିଜର ଆକଳନ ଅନୁସାରେ ଏନଡିଏକୁ ୩୫୩-୩୬୮ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ଇଣ୍ଡିଆ ମେଣ୍ଟକୁ ୧୧୮-୧୩୩ଟି ଆସନ ଜିତିବାର ସମ୍ଭାବନା ରହିଛି । ଅନ୍ୟମାନଙ୍କୁ ୪୩-୪୮ଟି ଆସନ ଜିତିବାର ସମ୍ଭାବନା ରହିଛି ।
ଏନଡିଟିଭି-ପୋଲ ଅଫ ପୋଲ୍ସର ଆକଳନ ଅନୁସାରେ ଏନଡିଏକୁ ୩୬୫ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ଇଣ୍ଡିଆ ମେଣ୍ଟକୁ ୧୪୨ଟି ଆସନ ଜିତିବାର ସମ୍ଭାବନା ରହିଛି । ଅନ୍ୟମାନଙ୍କୁ ୩୬ଆସନ ଜିତିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.