ଏକଜିଟ ପୋଲ୍: ଓଡ଼ିଶାରେ ବିଜେପି ସପକ୍ଷରେ ଭାରି ଜନମତ, ୧୫ରୁ ଅଧିକ ଲୋକସଭା ଆସନ ଜିତିବା ସମ୍ଭାବନା

0


ଭୁବନେଶ୍ବର : ଶନିବାର ବିଭିନ୍ନ ଏଜେନ୍ସି ଦ୍ବାରା ଜାରି ଏକଜିଟ ପୋଲ ଆକଳନ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ସପକ୍ଷରେ ଭାରି ଜନମତ ଥିବା ସ୍ପଷ୍ଟ ହେଉଥିବା ବେଳେ ବିଜେଡି ବିପକ୍ଷରେ ରୋକଙ୍କ ରୋଷ ସ୍ପଷ୍ଟ ବାରିହେଉଛି ।
ଇଣ୍ଡିଆ ଟିଭିର ସର୍ଭେ ଅନୁସାରେ ବିଜେପିକୁ ୧୫ରୁ ୧୭ଟି ଆସନ ମିଳିପାରେ। ବିଜେଡି ଖାତାକୁ ୪-୬ଟି ଆସନ ଯାଇପାରେ। ସେହିପରି କଂଗ୍ରେସ ପୂର୍ବ ଭଳି ଗୋଟିଏ ଆସନ ଜିତିପାରେ ବୋଲି ସର୍ଭେ ରିପୋର୍ଟ କହୁଛି। ଏବିପି-ସି ଭୋଟର ସର୍ଭେ ରିପୋର୍ଟ କହୁଛି, ବିଜେପିକୁ ୧୭ରୁ୧୯, ବିଜେଡିକୁ ସର୍ବାଧିକ ୩ ଓ କଂଗ୍ରେସକୁ ସର୍ବାଧିକ ୨ଟି ଆସନ ମିଳିପାରେ। ଇଣ୍ଡିଆ ନ୍ୟୁଜ ରିପୋର୍ଟ ଅନୁସାରେ ରାଜ୍ୟରେ ବିଜେପିକୁ ୧୩ ଓ ବିଜେଡିକୁ ୮ଟି ଲୋକସଭା ଆସନ ମିଳିବ। ନ୍ୟୁଜ ୨୪ର ସର୍ଭେ କହୁଛି, ବିଜେପିକୁ ୧୬ ଓ ବିଜେଡିକୁ ୪ ଆସନରେ ବିଜୟୀ ହେବ।
ସେହିପରି ଟୁଡେ’ ଚାଣକ୍ୟର ସର୍ଭେ ରିପୋର୍ଟ ଅନୁସାରେ ଭାରତୀୟ ଜନତା ପାର୍ଟିକୁ ଓଡ଼ିଶାରେ ୧୬ରୁ ଅଧିକ ଆସନ ମିଳିପାରେ। ବିଜେଡିକୁ ୪ରୁ ଅଧିକ ଓ କଂଗ୍ରେସକୁ ଗୋଟିଏରୁ ଅଧିକ ଲୋକସଭା ଆସନ ମିଳିପାରେ। ଏନ୍ଡିଟିଭି ସର୍ଭେ ରିପୋର୍ଟ ଅନୁସାରେ ବିଜେପିକୁ ୧୫, ବିଜେଡିକୁ ୩ରୁ୮ ଆସନରେ ବିଜୟ ହାସଲ ହେବ। ସେହିପରି ଜନ୍ କି ବାତ୍ ସର୍ଭେ ରିପୋର୍ଟ କରିଛି ଯେ, ଚଳିତ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ବିଜେପି ୧୫ରୁ ୧୮ଟି ଆସନ ହାତେଇବ। ବିଜେଡିକୁ ୩ରୁ ୭ଟି ଆସନରେ ବିଜୟ ମିଳିପାରେ।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ୨୧ରୁ ୧୨ଟି ମିଳିଥିଲା। ବିଜେପି ୮ଟି ଓ କଂଗ୍ରେସ ଗୋଟିଏରେ ବିଜୟୀ ହୋଇଥିଲା।

Leave A Reply

Your email address will not be published.