କଂଗ୍ରେସ ପକ୍ଷରୁ ୮ ଲୋକସଭା, ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

0

ଭୁବନେଶ୍ବର : ମଙ୍ଗଳବାର ବିଜେପି ପ୍ରାର୍ଥୀ ଘୋଷଣା କରିବାର କିଛି ସମୟ ପରେ କଂଗ୍ରେସ ବି ନିଜର ପ୍ରାର୍ଥୀ ଘୋଷଣା କରିଛି । ଦଳ ପକ୍ଷରୁ ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ାରୁ ପ୍ରାର୍ଥୀ ହୋଇଛନ୍ତି । ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର। ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ନର୍ଲାରୁ ପ୍ରାର୍ଥୀ ହୋଇଥିବା ବେଳେ ଭବାନୀପାଟଣାରୁ ପ୍ରାର୍ଥୀ ହୋଇଛନ୍ତି ସାଗର ଚରଣ ଦାସ।

ଏଣେ ସାନଖେମୁଣ୍ଡିରୁ ରମେଶ ଜେନା ପୁଣିଥରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ବିଜୟ ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଛି କଂଗ୍ରେସ । ତାରା ବାହିନୀପତିଙ୍କୁ ଜୟପୁର ଆସନରୁ ଦଳ ପ୍ରାର୍ଥୀ କରିଥିବା ବେଳେ ହକି ତାରକା ପ୍ରବୋଧ ତୀର୍କିଙ୍କୁ ତଳସରାରୁ ଦଳ ମୈଦାନକୁ ଓହ୍ଲାଇଛି। ଲାଞ୍ଜିଗଡ଼ରୁ ବଳଭଦ୍ର ମାଝୀଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜାଙ୍କୁ ଦଳ ପୁଣିଥରେ ଭରସା କରିଛି। ତେବେ ବୀରମିତ୍ରପୁର ଆସନ ଜେଏମଏମକୁ ଛାଡ଼ିଥିବା ବେଳେ ବଣାଇ ଆସନ ସିପିଆଇ-ଏମକୁ ଛାଡ଼ିଛି କଂଗ୍ରେସ ।
ଏଆଇସିସି ସାଧାରଣ ସଂପାଦକ କେ.ସି ବେଣୁଗୋପାଳଙ୍କ ଦ୍ବାରା ଜାରି ହୋଇଥିବା ତାଲିକାରେ କୁହାଯାଇଛି ଯେ, ପଦ୍ମପୁର ପାଇଁ ଟଙ୍କଧର ସାହୁ, ବିଜେପୁର ପାଇଁ କିଶୋର ଦଫାଦାର, ବରଗଡ଼ ପାଇଁ ନିପନ କୁମାର ଦାଶ, ଭଟଲି ପାଇଁ ବ୍ରହ୍ମା ମହାକୁଡ଼, ବ୍ରଜରାଜନଗର ପାଇଁ କିଶୋର ଚନ୍ଦ୍ର ପଟେଲ, ତଲସରା ପାଇଁ ପ୍ରବୋଧ ତିର୍କୀ, ସୁନ୍ଦରଗଡ଼ ପାଇଁ ସୁଧାରାଣୀ ରୌଡିଆ, ବୀରମିତ୍ରପୁର ପାଇଁ ଜେଏମ୍ଏମ୍ର ଜଣେ ପ୍ରାର୍ଥୀ, ରଘୁନାଥପାଲି ପାଇଁ ଗୋପାଳ ଦାସ, ରାଉରକେଲା ପାଇଁ ବୀରେନ୍ଦ୍ର ନାଥ ପଟ୍ଟନାୟକ, ରାଜଗାଂଗପୁର ପାଇଁ ଡ ସିଏସ୍ ରାଜନେ୍ ଏକ୍କା, ବଣାଇ ପାଇଁ ସିପିଆଇ(ଏମ୍), ଲୋଇସିଂହା ପାଇଁ ଓମ୍ ପ୍ରକାଶ କୁମ୍ଭାର, ପାଟଣାଗଡ଼ ପାଇଁ ଅନିଲ ମେହେର, ବଲାଙ୍ଗୀର ପାଇଁ ସମରେନ୍ଦ୍ର ମିଶ୍ର, କଣ୍ଟାବାଞ୍ଜି ପାଇଁ ସନ୍ତୋଷ ସିଂହ ସାଲୁଜା, ବାଲିଗୁଡ଼ା ପାଇଁ ସୁରଦ ପ୍ରଧାନ, ଜି, ଉଦୟଗିରି ପାଇଁ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଫୁଲବାଣୀ ପାଇଁ ପ୍ରତିଭା କହଁର, କଣ୍ଟାମାଳ ପାଇଁ ମନୋଜ କୁମାର ଆଚାର୍ଯ୍ୟ, ବୌଦ୍ଧ ପାଇଁ ନବ କୁମାର ମିଶ୍ର, ଭଂଜନଗର ପାଇଁ ପ୍ରଶାନ୍ତ କୁମାର ବିଶୋୟୀ, ପୋଲସରା ପାଇଁ ଅଗସ୍ତି ବରଦା, କବିସୂର୍ଯ୍ୟନଗର ପାଇଁ ଚିରଜିବୀ ବିଶୋୟୀ, ସରୋଡ଼ା ପାଇଁ ହରିକୃଷ୍ଣ ରଥ ଓ ସାନଖେମୁଣ୍ଡି ପାଇଁ ରମେଶ ଚନ୍ଦ୍ର ଜେନାଙ୍କୁ କଂଗ୍ରେସ ଟିକେଟ୍ ଦେଇଛି। ଏହି ପ୍ରାର୍ଥୀମାନେ ମେ’ ୨୦ ତାରିଖରେ ହେବାକୁ ଥିବା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଲଢ଼ିବେ।
୮ ଲୋକସଭା ପ୍ରାର୍ଥୀ
୧. ବରଗଡ଼ – ସଂଜୟ ଭୋଇ ୨. ସୁନ୍ଦରଗଡ଼ – ଜନାର୍ଦ୍ଦନ ଦେହୁରୀ ୩. ବଲାଙ୍ଗିର – ମନୋଜ ମିଶ୍ର ୪. କଳାହାଣ୍ଡି – ଦ୍ରୌପଦୀ ମାଝୀ ୫. ନବରଙ୍ଗପୁର – ଭୁଜବଳ ମାଝୀ ୬. କନ୍ଧମାଳ – ଅମିର ଚାନ୍ଦ ନାୟକ ୭. ବ୍ରହ୍ମପୁର – ରଶ୍ମିରଂଜନ ପଟ୍ଟନାୟକ ୮. କୋରାପୁଟ – ସପ୍ତଗିରି ଉଲାକା

Leave A Reply

Your email address will not be published.