କାନାଡାର ସେଣ୍ଟ ଲରେନ୍ସ ନଦୀରେ ଜଣେ ଭାରତୀୟଙ୍କ ସହ ୮ ମୃତ

0

ଟରଣ୍ଟୋ : କାନାଡାରୁ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସେଣ୍ଟ ଲରେନ୍ସ ନଦୀରେ ବୁଡ଼ି ଜଣେ ଭାରତୀୟ ପରିବାରସଦସ୍ୟଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି  ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। କାନାଡାର ନ୍ୟୁଜ୍ ଆଉଟଲେଟ୍ ସିବିସି ଏବଂ ସିଟିଭି ଅନୁଯାୟୀ, ଗୁରୁବାର ସକାଳେ କାନାଡା ତଟରକ୍ଷୀ ବାହିନୀ ସହ ଆକାଶମାର୍ଗରୁ ଖୋଜାଖୋଜି କରିବା ସମୟରେ ପୁଲିସ କ୍ୟୁବେକ୍ ର ଏକ ଅଞ୍ଚଳରେ ବୁଡ଼ି ଯାଇଥିବା ଡଙ୍ଗା ନିକଟରୁ ମୃତଦେହ ଉଦ୍ଧାର କରିଥିଲା।

ଆକ୍ୱେସାନେ ମୋହକ୍ ପୁଲିସ ସେବାର ଡେପୁଟି ଚିଫ୍ ଲି-ଆନ୍ ଓବ୍ରାଏନ୍ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହି ୬ ଜଣ ଦୁଇ ପରିବାରର ବୋଲି ଅନୁମାନ କରାଯାଉଛି। ସେମାନେ ସମସ୍ତେ କାନାଡାରୁ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି।  ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରିବା ପରେ କାନାଡା-ଆମେରିକା ସୀମା ନିକଟରେ ଥିବା ଜଳାଶୟରୁ ଦୁଇ ଶିଶୁଙ୍କ ସମେତ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଅକ୍ୱେସ୍ନେ ମୋହକ ସମ୍ପ୍ରଦାୟର ଜଣେ ନିଖୋଜ ବ୍ୟକ୍ତିଙ୍କ ବୁଡ଼ି ଯାଇଥିବା ଡଙ୍ଗା ନିକଟରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ପୁଲିସ ମୁଖ୍ୟ ସିନ୍ ଡୁଲୁଡେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏବେ ପାଣିରୁ ମୋଟ ୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୋହକ୍ ଆଦିବାସୀ ଅଞ୍ଚଳ କାନାଡାର କ୍ୟୁବେକ୍ ଏବଂ ଅଣ୍ଟାରିଓ ପ୍ରଦେଶ ଏବଂ ଆମେରିକାର ନ୍ୟୁୟର୍କ ରାଜ୍ୟରେ ବିସ୍ତାରିତ ।

Leave A Reply

Your email address will not be published.