ବିଜେଡିର ଲଜ୍ଜାଜନକ ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ନେଲେ ଭିକେ ପାଣ୍ଡିଆନ୍

0


ଭୁବନେଶ୍ଵର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ତଥା ବିଜେଡି ନେତା ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି । ଲୋକସଭାରେ ବିଜେଡିର ଶୋଚନୀୟ ପରାଜୟ ପରେ ସେ ଏହି ଘୋଷଣା କରିଛନ୍ତି। ଏହାକୁ ସେ ଅତ୍ୟନ୍ତ ଭାବପ୍ରବଣ ଢଙ୍ଗରେ ଘୋଷଣା କରିଛନ୍ତି। ସୂଚନାଥାଉ କି, ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଓଡ଼ିଶା ବିଧାନସଭା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ବଡ଼ ଝଟକା ଲାଗିଛି। ପାଖାପାଖି ଅଢ଼େଇ ଦଶନ୍ଧି ମଧ୍ୟରେ ନବୀନ ରାଜନୀତିରେ ଏଭଳି ପରାଜୟର ସମ୍ମୁଖୀନ ହୋଇଛନ୍ତି।
ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିବା ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ ବିଜେଡି ନେତା ପାଣ୍ଡିଆନ। ଏବେ ମୁଁ ସକ୍ରିୟ ରାଜନୀତିରୁ ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଛି। ଯଦି ମୁଁ ଏହି ଯାତ୍ରାରେ କାହାକୁ ଆଘାତ ଦେଇଛି, ତେବେ ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି । ଏଥିସହିତ ଏହି ପ୍ରଚାରରେ ମୁଁ ଯେଉଁ ବୟାନ ଦେଇଥିଲି, ତାହା ବିଜେଡିକୁ କିଛି କ୍ଷତି ପହଞ୍ଚାଇଛି କିମ୍ବା ସେଥିପାଇଁ ଦଳ ହାରିଛି ତେବେ ମୁଁ କ୍ଷମା ମାଗିବାକୁ ଚାହୁଁଛି।
ସୂଚନାଯୋଗ୍ୟ ଯେ ପ୍ରଚାର ସମୟରେ ସେ ଘୋଷଣା କରିଥିଲେ ଯେ ଯଦି ନବୀନ ପଟ୍ଟନାୟକ ୯ ତାରିଖରେ ମୁଖ୍ୟମନ୍ତ୍ରୀଭାବେ ଶପଥ ନ ନିଅନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ।

Leave A Reply

Your email address will not be published.