ବିଜେଡିର ୪ର୍ଥ ତାଲିକା : ବାଲେଶ୍ବରରେ ହେବ ଲେଖାଶ୍ରୀ-ପ୍ରତାପ ଲଢେଇ

0

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଗୁରୁବାର ସନ୍ଧ୍ୟାରେ ଚତୁର୍ଥ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି । ବିଜେଡି ଏହି ପର୍ଯ୍ୟାୟରେ ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆହୁରି ୩୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।

ବାଲେଶ୍ବର ଲୋକସଭା ଆସନ ପାଇଁ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଟିକେଟ୍ ଦିଆଯାଇଛି। ଏହା ଫଳରେ ବାଲେଶ୍ବରରେ ପ୍ରତାପ ଷଡ଼ଙ୍ଗୀ ଓ ଲେଖାଶ୍ରୀଙ୍କ ମଧ୍ୟରେ ଲଢେଇ ହେବ ।

ସେହିପରି ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଚତୁର୍ଥ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର (ମଧ୍ୟ)ରୁ ଅନନ୍ତ ନାରାୟଣ ଜେନା (ବୁନୁ)ଙ୍କୁ ଟିକେଟ୍ ଦେଇଛନ୍ତି। ଲକ୍ଷ୍ମୀପୁରରେ ପ୍ରଭୁ ଜାନି, ପାରାଦୀପରେ ଗୀତାଞ୍ଜଳି ରାଉତରାୟ, ସମ୍ବଲପୁରରେ ପ୍ରସନ୍ନ ଆଚାର୍ଯ୍ୟ, ରେଢ଼ାଖୋଲରେ ରୋହିତ ପୂଜାରୀ, ତେଲକୋଇରେ ମାଧବ ସର୍ଦ୍ଦାର, ତାଳଚେରରେ ବ୍ରଜ ପ୍ରଧାନ, ନର୍ଲାରେ ମନୋରମା ମହାନ୍ତି ଓ ବାଲିଗୁଡ଼ାରେ ଚକ୍ରମଣି କହଁରଙ୍କୁ ଟିକେଟ୍ ମିଳିଛି।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପାଇଁ ବିଜେଡି ପୂର୍ବରୁ ୩ଟି ପର୍ଯ୍ୟାୟରେ ୨୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିଲା। ସେହିପରି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୨, ଦ୍ବିତୀୟ ପର୍ଯ୍ୟାୟରେ ୨୭ ଓ ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା।

Leave A Reply

Your email address will not be published.