୧୧୨ ଜଣଙ୍କୁ ବିଜେପିର ବିଧାନସଭା ଟିକେଟ, ୧୭ ବିଧାୟକଙ୍କୁ ପୁଣି ଟିକେଟ୍

0

ଭୁବନେଶ୍ବର: ଗତ କିଛିଦିନ ହେଲା ଚାଲିଥିବା କଳ୍ପନା ଜଳ୍ପନା ଓ ଛକାପଞ୍ଝାର ଅନ୍ତ ଘଟିଛି । ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାର ୧୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଦଳ ପୂର୍ବରୁ ହିଁ ୨୧ଟି ଯାକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ରୋଚକ କଥା ହେଉଛି ପ୍ରାର୍ଥୀ ଘୋଷଣା ନ କରୁଥିବାରୁ ବିଜେଡ଼ି ଗତକାଲି ବିଜେପିକୁ ଆକ୍ଷେପ କରିଥିଲା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦଳ ଏଥର ପୁଣି ଚାନ୍ଦବାଲିରୁ ପ୍ରାର୍ଥୀ କରିଛି। ଏଣେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମ୍ବଲପୁରରୁ ପୁଣି ଲଢ଼ିବେ।

ବିଜେପି ପ୍ରାର୍ଥୀ ତାଲିକା

ଏଣେ ପଦମପୁରରୁ ଗୋବର୍ଦ୍ଧନ ଭୋଇ, ବିଜେପୁରରୁ ସନତ କୁମାର ଗଡ଼ତିଆ, ବରଗଡ଼ରୁ ଅଶ୍ବିନୀ ଷଡ଼ଙ୍ଗୀ, ଅତିବିରାରୁ ନିହାରରଂଜନ ମହାନନ୍ଦ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ, ତଳସରାରୁ ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼ରୁ କୁସୁମ ଟେଟେ, ବୀରମିତ୍ରପୁରରୁ ଶଙ୍କର ଓରାମ, ରଘୁନାଥପାଲିରୁ ଦୁର୍ଗା ଚରଣ ତନ୍ତୀ, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ, ବଣାଇରୁ ସେବତୀ ନାଏକ, କୁଚିଣ୍ଡାରୁ ରବି ନାରାୟଣ ନାଏକ, ରେଙ୍ଗାଲିରୁ ନାଉରୀ ନାଏକ, ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଦେବଗଡ଼ରୁ ସୁବାସ ପାଣିଗ୍ରାହୀ, ଆନନ୍ଦପୁରରୁ ଆଲୋକ ସେଠୀ, କେନ୍ଦୁଝରରୁ ମୋହନ ମାଝୀ, ଯଶୀପୁରରୁ ଗଣେଶରାମ ସିଂ ଖୁଣ୍ଟିଆ, ଉଦଳାରୁ ଭାସ୍କର ମଢ଼େଇ, ବଡ଼ସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ବରରୁ ବ୍ରଜ ପ୍ରଧାନ, ବାଲେଶ୍ବରରୁ ମାନସ ଦତ୍ତ, ରେମୁଣାରୁ ଗୋବିନ୍ଦ ଦାସ, ସୋରରୁ ରାଜେନ୍ଦ୍ର ଦାସ, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା, ଭଦ୍ରକରୁ ସୀତାଂଶୁ ଶେଖର ମହାପାତ୍ର, ଧାମନଗରରୁ ସୂର୍ଯ୍ୟବଂଶୀ ସୂରଜ, ବିଂଝାରପୁରରୁ ବବିତା ମଲ୍ଲିକ, ବଡ଼ଚଣାରୁ ଅମର ନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହି, ଯାଜପୁରରୁ ଗୌତମ ରାୟ, କୋରେଇରୁ ଆକାଶ ଦାସ ନାୟକ, ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ, ଢେଙ୍କାନାଳରୁ କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗରରୁ ଶତ୍ରୁଘ୍ନ ଜେନା, ପରଜଙ୍ଗରୁ ବିଭୁତି ଭୂଷଣ ପ୍ରଧାନ, ଅନୁଗୁଳରୁ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ାରୁ ଅଶୋକ ମହାନ୍ତି, ତାଳଚେରରୁ କାଳିନ୍ଦୀ ସାମଲ, ଛେଣ୍ଡିପଦାରୁ ଅଗସ୍ତି ବେହେରା, ଆଠମଲ୍ଲିକରୁ ସଂଜୀବ ସାହୁ, ବୀରମହାରାଜପୁରରୁ ରଘୁନାଥ ଜଗଦଳା, ସୋନପୁରରୁ ପ୍ରମୋଦ ମହାପାତ୍ର, ଲୋଇସିଂହାରୁ ଡକ୍ଟର ମୁକେଶ ମହାଲିଙ୍ଗ, ପାଟଣାଗଡ଼ରୁ କନକବର୍ଦ୍ଧନ ସିଂଦେଓ, ବଲାଙ୍ଗୀରରୁ ଗୋପାଳଜୀ ପାଣିଗ୍ରାହୀ, ଟିଟିଲାଗଡ଼ରୁ ନବୀନ ଜୈନ, କଣ୍ଟାବାଞ୍ଜିରୁ ଲକ୍ଷ୍ମଣ ବାଗ, ନୂଆପଡ଼ାରୁ ଅଭିନନ୍ଦନ ପଣ୍ଡା, ଖଡ଼ିଆଳରୁ ହିତେଶ ବଗର୍ତ୍ତୀ, ଉମରକୋଟରୁ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁରରୁ ଗୌରୀଶଙ୍କର ମାଝୀ, ଲାଞ୍ଜିଗଡ଼ରୁ ରମେଶ ମାଝୀ, ଜୁନାଗଡ଼ରୁ ମନୋଜ ମେହେର, ଧର୍ମଗଡ଼ରୁ ସୁଧୀର ପାଟ୍ଟଯୋଶୀ, ଭବାନୀପାଟଣାରୁ ପ୍ରଦୀପ୍ତ କୁମାର ନାୟକ, ନର୍ଲାରୁ ଅନିରୁଦ୍ଧ ପ୍ରଧାନ, ବାଲିଗୁଡ଼ା କଳ୍ପନା କହଁର, ଜି.ଉଦୟଗିରିରୁ ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀରୁ ଉମା ଚରଣ ମଲ୍ଲିକ, କଣ୍ଟାମାଳରୁ କହ୍ନେଇ ଚରଣ ଡାଙ୍ଗ, ବୌଦ୍ଧରୁ ସରୋଜ ପ୍ରଧାନ, ବାଙ୍କୀ ତୁଷାରକାନ୍ତ ଚକ୍ରବର୍ତ୍ତୀ, ଅଠେଗଡ଼ରୁ ଅଭୟ କୁମାର ବାରିକ, ଚୌଦ୍ବାର-କଟକରୁ ନୟନ କିଶୋର ମହାନ୍ତି, କଟକ ସଦରରୁ ପ୍ରକାଶ ସେଠୀ, ମାହାଙ୍ଗା ସୁମନ୍ତ କୁମାର ଘଡ଼େଇ, ଆଳିରୁ କୃଷ୍ଣଚନ୍ଦ୍ର ପଣ୍ଡା, ମହାକାଳପଡ଼ାରୁ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ, ତିର୍ତ୍ତୋଲରୁ ରାଜକିଶୋର ବେହେରା, ନିମାପଡ଼ାରୁ ପ୍ରଭାତୀ ପରିଡ଼ା, ପୁରୀରୁ ଜୟନ୍ତ କୁମାର ଷଡ଼ଙ୍ଗୀ, ସତ୍ୟବାଦୀରୁ ଓମ ପ୍ରକାଶ ମିଶ୍ର, ପିପଲିରୁ ଆଶ୍ରିତ କୁମାର ପଟ୍ଟନାୟକ, ଜଟଣୀ ବିଶ୍ବରଂଜନ ବଡ଼ଜେନା, ରଣପୁରରୁ ତାପସରଂଜନ ମାର୍ଥା, ଦଶପଲ୍ଲାରୁ ରାଘବ ମଲ୍ଲିକ, ଭଞ୍ଜନଗରରୁ ପ୍ରଦ୍ୟୁମ୍ନ କୁମାର ନାୟକ, ପୋଲସରାରୁ ଗୋକୁଳାନନ୍ଦ ମଲ୍ଲିକ. କବିସୂର୍ଯ୍ୟନଗରରୁ ପ୍ରତାପ ଚନ୍ଦ୍ର ନାୟକ, ଖଲ୍ଲିକୋଟରୁ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଛତ୍ରପୁରରୁ କୃଷ୍ଣଚନ୍ଦ୍ର ନାୟକ, ଆସିକାରୁ ସରୋଜକ କୁମାର ପାଢ଼ୀ, ସୋରଡ଼ାରୁ ନୀଳମଣି ବିଶୋଇ, ହିଞ୍ଜିଳିରୁ ଶିଶିର ମିଶ୍ର, ଗୋପାଳପୁରରୁ ବିଭୂତିଭୂଷଣ ଜେନା, ବ୍ରହ୍ମପୁରରୁ କେ ଅନିଲ କୁମାର, ଚିକିଟିରୁ ମନୋରଂଜନ ଦ୍ୟାନସାମନ୍ତରାୟ, ପାରଳାଖେମୁଣ୍ଡିରୁ କେ, ନାରାୟଣ ରାଓ, ଗୁଣୁପୁରରୁ ତ୍ରିନାଥ ଗମାଙ୍ଗ, କୋରାପୁଟରୁ ରଘୁରାମ ମାଛ, ପଟାଙ୍ଗିରୁ ଚୈତନ୍ୟ ହନ୍ତାଳ, ଦିଗପହଣ୍ଡିରୁ ସିଦ୍ଧାନ୍ତ ମହାପାତ୍ର, ମାଲକାନଗିରିରୁ ନରସିଂହ ମାଡ଼କାମି, ଜୟଦେବରୁ ଅରବିନ୍ଦ ଢାଲି, ଉତ୍ତର ଭୁବନେଶ୍ବରରୁ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ବର ଏକାମ୍ରରୁ ବାବୁସିଂ, ଭୁବନେଶ୍ବର ମଧ୍ୟରୁ ଜଗନ୍ନାଥ ପ୍ରଧାନ, ଖଣ୍ଡପଡ଼ାରୁ ଦୁଷ୍ମନ୍ତ ସ୍ବାଇଁ, ବ୍ରଜରାଜନଗରରୁ ସୁରେଶ ପୂଜାରୀ, ଭଟଲିରୁ ଈରାଶିଷ ଆଚାର୍ଯ୍ୟ, ପାଟକୁରାରୁ ତେଜେଶ୍ବର ପରିଡ଼ା, ବଡ଼ମ୍ବାରୁ ସମ୍ବିତ ତ୍ରିପାଠୀ, ପାରାଦୀପରୁ ସଂପଦ ସ୍ବାଇଁଙ୍କୁ ବିଜେପି ପ୍ରାର୍ଥୀ କରିଛି।

Leave A Reply

Your email address will not be published.