ୟୁକ୍ରେନ ଯୁଦ୍ଧ, ମାନ୍ଦାବସ୍ଥା ଯୋଗୁଁ ସଂକଟରେ ସୁରତ ହୀରା ଶିଳ୍ପ, ଚାକିରି ହରେଇଲେଣି ୧୦ ହଜାରରୁ ଅଧିକ ଲୋକ

0

ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ବିଶ୍ୱ ଅର୍ଥନୈତିକ ସଙ୍କଟ ଯୋଗୁଁ ସୁରଟର ହୀରା ଶିଳ୍ପ ଗୁରୁତରଭାବେ ପ୍ରଭାବିତ ହୋଇଛି ।  ଗୁଜରାଟର ସୁରଟ ସହରର ହୀରା ଶିଳ୍ପରେ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲୋକ ଚାକିରି ହରାଇଥିବା ବେଳେ ଉତ୍ପାଦନ ୨୦ ପ୍ରତିଶତରୁ କମ୍ ହ୍ରାସ ପାଇଛି। ଗତ ଏକ ବର୍ଷ ମଧ୍ୟରେ ସୁରଟର ହୀରା ଶିଳ୍ପ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି ।

ଦୁନିଆରେ ବିକ୍ରି ହେଉଥିବା ପ୍ରତି ୧୦ଟି ହୀରା ମଧ୍ୟରୁ ୯ଟି ସୁରତରେ କଟା, ପଲିସ୍ ଏବଂ ପ୍ରକ୍ରିୟାକରଣ କରାଯାଏ । ବିଶ୍ୱର ସବୁଠାରୁ ବଡ଼ କଞ୍ଚା ହୀରାର ଉତ୍ସ ହେଉଛି ରୁଷିଆ । ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ଗତ ବର୍ଷ ଫେବ୍ରୁଆରି ମାସରୁ ଅନେକ ଦେଶ ରୁଷ୍ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଛନ୍ତି, ଯେଉଁକାରଣରୁ କଞ୍ଚା ହୀରା ଆମଦାନୀ ପ୍ରଭାବିତ ହୋଇଛି।  କଞ୍ଚାମାଲ ର ଅଭାବ ଯୋଗୁଁ ସୁରଟର ହୀରା ଶିଳ୍ପ ବହୁତ କ୍ଷତିଗ୍ରସ୍ତ ହୋଇଛି । ଏହି କାରଣରୁ ହୀରା କାଟିବା, ପଲିସ କରିବା ଏବଂ ପ୍ରକ୍ରିୟାକରଣ ପାଇଁ ଲୋକଙ୍କ ଆବଶ୍ୟକତା ହ୍ରାସ ପାଇଛି ଏବଂ ସୁରଟର ହୀରା ଶିଳ୍ପ ଛଟେଇ କାର୍ଯ୍ୟରେ ନିୟୋଜିତ ହୋଇଛି ।

ସୁରଟର ହୀରା ଶିଳ୍ପରେ ଛଟେଇ ଯୋଗୁଁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରୁଷ୍ ଓ ୟୁକ୍ରେନରେ ଯୁଦ୍ଧ ପରେ ସାରା ବିଶ୍ୱରେ ତୈଳ, ଗ୍ୟାସ ଓ କୋଇଲା ଦର ବୃଦ୍ଧି ପାଇଛି । ଏହି କାରଣରୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି, ଯାହା ଫଳରେ ହୀରା କ୍ରୟ ପ୍ରଭାବିତ ହୋଇଛି।

ଆମେରିକା, ୟୁରୋପ ଏବଂ ଚାଇନା ସୁରତର ହୀରାର ସବୁଠାରୁ ବଡ଼ କ୍ରେତା ଏବଂ ଦୀର୍ଘ ଦିନ ଧରି ଉଚ୍ଚ ମୁଦ୍ରାସ୍ଫୀତି ହାର ଯୋଗୁଁ ଏହି ଅଞ୍ଚଳରୁ ହୀରାର ଚାହିଦା ହ୍ରାସ ପାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ହୀରାର ପ୍ରକ୍ରିୟାକରଣ ଓ ଉତ୍ପାଦନ ହ୍ରାସ ପାଇଥିଲେ ମଧ୍ୟ ଏହାର ଚାହିଦା ହ୍ରାସ ପାଇଥିବାରୁ ଏହାର ମୂଲ୍ୟ ବୃଦ୍ଧି ପାଉନାହିଁ।

Leave A Reply

Your email address will not be published.