ବକ୍ସ ଅଫିସରେ ‘ଦଶରା’ର କମାଲ, ୬ ଦିନରେ କଲେକ୍ସନ ୧୦୦ କୋଟି ଟପିଲା

0

ହାଇଦ୍ରାବାଦ : ଦକ୍ଷିଣ ଭାରତୀୟ ଫିଲ୍ମ ‘ଦଶରା’ ଆଜିକାଲି ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି। ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ବେଳେ କ୍ରିଟିକ ଓ ସେଲିବ୍ରିଟିମାନେ ବି ପ୍ରସଂଶା କରିଛନ୍ତି ।

ଏହି ଫିଲ୍ମ ୬ ଦିନରେ ୧୦୦ କୋଟି ଟଙ୍କା ଆୟ କରିଛି । ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୩୦ ରାମ ନବମୀ ଅବସରରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମକୁ ୪ ଦିନିଆ ୱିକେଣ୍ଡ ମିଳିଥିଲା । ସେବେଠାରୁ ଏହି ଫିଲ୍ମ ଆଉ ପଛକୁ ଫେରି ଚାହିଁ ନାହିଁ ଏବଂ ବକ୍ସ ଅଫିସରେ  ଭଲ ରୋଜଗାର କରୁଛି ।

ଏହି ପରିପ୍ରେକ୍ଷୀରେ ନାନିଙ୍କ ଏହା ପ୍ରଥମ ଫିଲ୍ମ ଯାହା ୧୦୦ କୋଟି ଟଙ୍କା ସଂଗ୍ରହ କରିଛି । ଶ୍ରୀକାନ୍ତ ଓଡେଲାଙ୍କୁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଖୁବ ପସନ୍ଦ କରାଯାଉଛି । ସାରା ଭାରତରେ ଡେବ୍ୟୁ କରିଛନ୍ତି ଦଜରା ନାନି । ଏହି ଫିଲ୍ମ ଆମେରିକାରେ ହିଁ ୨ ମିଲିୟନ ଡଲାର ରୋଜଗାର କରିଛି । ଦଶହରାର ସଫଳତା କୁ ପାଳନ କରିବା ପାଇଁ କରିମନଗରରେ ଆୟୋଜିତ ଏକ ସମାରୋହରେ ଚଳଚ୍ଚିତ୍ରର ପ୍ରଯୋଜକ ସୁଧାକର ଚେରୁକୁରୀ ଶ୍ରୀକାନ୍ତ ଓଡେଲାଙ୍କୁ ଏକ ବିଏମଡବ୍ଲୁ କାର୍ ହସ୍ତାନ୍ତର କରିଥିଲେ। ଖାଲି ସେତିକି ନୁହେଁ, ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୧୦ ଗ୍ରାମର ସୁନା ମୁଦ୍ରା ମଧ୍ୟ ଦିଆଯାଇଥିଲା ।

Leave A Reply

Your email address will not be published.