୧୪ଟି ମୋବାଇଲ ମେସେଜିଂ ଆପ୍ ନିଷିଦ୍ଧ

0

ନୂଆଦିଲ୍ଲୀ : ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେନ୍ଦ୍ର ସରକାର ୧୪ଟି ମୋବାଇଲ ମେସେଜିଂ ଆପ୍ କୁ ନିଷିଦ୍ଧ କରିଛନ୍ତି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଙ୍ଗଠନ ଏହି ଆପ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏହା ମାଧ୍ୟମରେ ଆତଙ୍କବାଦୀ ଗୋଷ୍ଠୀମାନେ ସେମାନଙ୍କ ସମର୍ଥକ ଏବଂ ଓଭର ଗ୍ରାଉଣ୍ଡ କର୍ମୀଙ୍କ ସହ ଯୋଗାଯୋଗ କରୁଥିଲେ। ଖାଲି ସେତିକି ନୁହେଁ, ପାକିସ୍ତାନର ନିର୍ଦ୍ଦେଶ ପାଇବା ପାଇଁ ମଧ୍ୟ ସେମାନଙ୍କୁ ବ୍ୟବହାର କରାଯାଉଥିଲା। ସୂତ୍ରରୁ ଏହି ସୂଚନା ମିଳିଛି।

ନିଷିଦ୍ଧ ହୋଇଥିବା ଆପ୍ ଗୁଡ଼ିକ ମଧ୍ୟରେ କ୍ରିପ୍ଟୋୱାଇଜର, ଏନିଗମା, ସେଫ୍ସ୍ୱିସ୍, ୱିକର୍ମ, ମିଡିଆଫାୟାର, ବ୍ରିୟାର, ଓ୍ବିଚାଟ୍, ନାଣ୍ଡବକ୍ସ, କୋନିୟନ, ଆଇଏମଓ, ଏଲିମେଣ୍ଟ, ସେକେଣ୍ଡ ଲାଇନ୍, ଜାଙ୍ଗି ଏବଂ ଥ୍ରିମା ରହିଛି।

ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାର ସୁପାରିସ ପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଓଭରଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲ୍ୟୁ) ଏବଂ ଆତଙ୍କବାଦୀଙ୍କ ପରସ୍ପର ସହ ଯୋଗାଯୋଗ ପାଇଁ ଏଜେନ୍ସିଗୁଡ଼ିକ ବ୍ୟବହାର କରୁଥିବା ଚ୍ୟାନେଲଗୁଡ଼ିକ ଉପରେ ନଜର ରଖାଯାଉଛି। ଯୋଗାଯୋଗ ଉପରେ ନଜର ରଖିବା ବେଳେ ଏଜେନ୍ସିମାନେ ଜାଣିବାକୁ ପାଇଥିଲେ ଯେ ଭାରତରେ କେତେକ ମୋବାଇଲ  ଆପ୍ଲିକେସନ୍ ର ପ୍ରତିନିଧି ନାହାନ୍ତି। ଏଭଳି ପରିସ୍ଥିତିରେ ଘଟୁଥିବା ଗତିବିଧି ଉପରେ ନଜର ରଖିବା କଷ୍ଟକର ହୋଇପଡ଼ିଥିଲା।

Leave A Reply

Your email address will not be published.