ମହାରାଷ୍ଟ୍ରର ଗଡ଼ଚିରୋଲିରେ ସକାଳୁ ସକାଳୁ ଏନକାଉଣ୍ଟର, ୪ ମାଓବାଦୀ ନିହତ

0

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ମଙ୍ଗଳବାର ଭୋରରୁ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଏକ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ଫଳରେ ନକ୍ସଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ମହାରାଷ୍ଟ୍ର ପୁଲିସକୁ ବଡ଼ ସଫଳତା ମିଳିଛି । ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଏକ ବଡ଼ ନକ୍ସଲ ଗୋଷ୍ଠୀ ଗଡ଼ଚିରୋଲିର ଜଙ୍ଗଲରେ ଲୁଚି ରହିଥିବା ନେଇ ମହାରାଷ୍ଟ୍ର ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା।

ଏହି ସୂଚନା ପାଇବା ପରେ ମହାରାଷ୍ଟ୍ର ପୁଲିସର ସ୍ୱତନ୍ତ୍ର ସି-୬୦ କମାଣ୍ଡୋ ଏବଂ ସିଆରପିଏଫର କମାଣ୍ଡୋମାନେ ଜଙ୍ଗଲ ଅଞ୍ଚଳରେ ଅପରେସନ୍ ଆରମ୍ଭ କରିଥିଲେ। ନକ୍ସଲ ଓ ପୁଲିସ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିଲା। ପରେ ପୁଲିସ ଘଟଣାସ୍ଥଳରୁ ୪ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହି ସମୟରେ ପୁଲିସ ମାଓବାଦୀଙ୍କ ଠାରୁ ଏକେ ୪୭ ରାଇଫଲ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି।

ଏହି ୪ ଜଣ ନକ୍ସଲଙ୍କ ଉପରେ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଥିବା କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ନକ୍ସଲଙ୍କ ପରିଚୟ ପୁଲିସ ପ୍ରକାଶ କରିନାହିଁ। ଗଡ଼ଚିରୋଲି ହେଉଛି ମହାରାଷ୍ଟ୍ରର ସବୁଠାରୁ ଅଧିକ ନକ୍ସଲ ପ୍ରଭାବିତ ଅଞ୍ଚଳ।

Leave A Reply

Your email address will not be published.