ରାଜନୀତି ଛାଡ଼ିଲେ ଅଚ୍ୟୁତ ସାମନ୍ତ

0

ଭୁବନେଶ୍ବର : ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇଛନ୍ତି ବିଜୁ ଜନତା ଦଳର ଅନ୍ୟତମ ନେତା ତଥା କନ୍ଧମାଳ ସାଂସଦ  ଅଚ୍ୟୁତ ସାମନ୍ତ । ଆଜି ଏ ନେଇ ଶ୍ରୀ ସାମନ୍ତ ଘୋଷଣା କରିବା ସହ ଜୁନ୍‍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି। ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଶ୍ରୀ ସାମନ୍ତଙ୍କ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ଏହା ସହ ଉଭୟ ରାଜ୍ୟସଭା ଓ ଲୋକସଭା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ଶ୍ରୀ ସାମନ୍ତ, ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।

ଶ୍ରୀସାମନ୍ତ ଗତ ଲୋକସଭା ନିର୍ବାଚନରେ କନ୍ଧମାଳ ଆସନରୁ ଲଢି ପରାସ୍ତ ହୋଇଥିଲେ । ସେ ବିଜେପିର ସୁକାନ୍ତ କୁମାର ପାଣିଗ୍ରାହୀଙ୍କଠାରୁ ପରାସ୍ତ ହୋଇଥିଲେ ।

ଦୀର୍ଘ ୩୨ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ପୂର୍ବବତ ଜାରି ରହିବ ଏବଂ ଏହି ସମାଜସେବାକୁ ଆହୁରି ବ୍ୟାପକ କରିବେ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି। ଚଳିତ ନିର୍ବାଚନରେ ସେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଥିଲେ। ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଭଲ ପାଇବା ପାଇଁ ଶ୍ରୀ ସାମନ୍ତ କନ୍ଧମାଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.