ରାୟଗଡ଼ରେ ୮ ହଜାର କୋଟି ନିବେଶରେ ୨ଟି ପ୍ରକଳ୍ପ ସ୍ଥାପନ କରିବ ଆଦିତ୍ୟ ବିରଲା ଗ୍ରୁପ୍

0

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲାରେ ସ୍ଥାପନ ହେଉଥିବା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ପ୍ରକଳ୍ପ ରାଜ୍ୟର ଶିଳ୍ପ ଦୃଶ୍ୟପଟ୍ଟରେ ନୂଆ ଅଧ୍ୟାୟ ଆରମ୍ଭ କରିଛି। ଏହା କେବଳ ଏକ ଶିଳ୍ପ ମାଇଲଖୁଣ୍ଟ ନୁହେଁ, ରାଜ୍ୟର ପ୍ରାକୃତିକ ସମ୍ବଳରେ ଅନ୍ତର୍ନିହିତ ଥିବା ସୁଯୋଗର ପ୍ରମାଣ। ଏହି ଦୁଇ ପ୍ରକଳ୍ପ ଦ୍ବାରା ରାୟଗଡ଼ା ଆହୁରି ସମୃଦ୍ଧ ହେବା ସହ ଭାରତର ଶିଳ୍ପ ମାନଚିତ୍ରରେ ଏକ ଉଜ୍ଜ୍ବଳ ସ୍ଥଳ ଭାବ ଉଭା ହେବ ବୋଲି ସେ କହିଛନ୍ତି।

ଶିଳାନ୍ୟାସ ହୋଇଥିବା ଏହି ଦୁଇ ପ୍ରକଳ୍ପରେ ୮୦୦୦ କୋଟି ଟଙ୍କା ନିବେଶ ହେବ। ହିଣ୍ଡାଲ୍‌କୋ ପକ୍ଷରୁ ରାୟଗଡ଼ାର କଂସାରିଗୁଡ଼ାରେ ବାର୍ଷିକ ୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରି ସ୍ଥାପନ କରାଯିବ। ସେହିପରି, ଫୁଲୁଜୁବା ଗ୍ରାମରେ ଉତ୍କଳ ଆଲୁମିନା ସୋସିଆଲ ୱେଲଫେୟାର ଫାଉଣ୍ଡେସନ ଏକ ପୋଷାକ କାରଖାନା ବସାଇବ ଯେଉଁଥିରେ ବର୍ଷକୁ ୩୬ ଲକ୍ଷ ସାର୍ଟ ତିଆରି ହେବ। ଏହି ଦୁଇ ପ୍ରକଳ୍ପ ଦ୍ବାରା ୭୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କେବଳ ପୋଷାକ କାରଖାନାରେ ୩୦୦୦ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ।

Leave A Reply

Your email address will not be published.