ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ସରକାରୀ ନିୟନ୍ତ୍ରଣ ଜରୁରୀ : ଚାଟ ଜିପିଟି ସିଇଓ Sam Altman

0

ନୂଆଦିଲ୍ଲୀ: ଏକ ଦଶନ୍ଧିରୁ ଅଧିକ ସମୟ ଧରି ସିଲିକନ୍ ଭ୍ୟାଲିରେ ପ୍ରଭାବଶାଳୀ ଉପସ୍ଥିତି ସହିତ ଓପନ୍ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ୍ (Sam Altman) ବିଶ୍ବରେ ଜମ ଟେକ୍ ଟାଇଟନ୍ ଭାବେ ଉଭା ହେଉଛନ୍ତି । ବଟ୍ ଚାଟ୍ ଜିପିଟି ସହାୟତାରେ ତାଙ୍କ କମ୍ପାନୀ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମଙ୍ଗଳବାର ଦିନ ଆମେରିକାର ସିନେଟ୍ ଜୁଡିସିଆରି କମିଟି ପ୍ୟାନେଲ ଆଗରେ ସାକ୍ଷ୍ୟ ଦେଇ ଅଲ୍ଟମ୍ୟାନ୍ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହି ସମୟରେ ବିଶ୍ୱରେ ଆଧିପତ୍ୟ ବିସ୍ତାର କରିବାକୁ ଯାଉଛି ଏବଂ ଏହା ଖୁବ୍ ଶୀଘ୍ର ବିଶ୍ୱରେ ଅଗ୍ରଣୀ ହେବାକୁ ଯାଉଛି । ଏଆଇର ପ୍ରଭାବ ଉପରେ ଆମେରିକୀୟ ସିନେଟ୍ ଶୁଣାଣିରେ ଅଲ୍ଟମ୍ୟାନ୍ କହିଛନ୍ତି, ଆମେ ଭାବୁଛୁ ଯେ ଏହି ଦ୍ରୁତ ଗତିରେ ଉଭା ହେଉଥିବା ଶକ୍ତିଶାଳୀ ମଡେଲର ବିପଦକୁ ହ୍ରାସ କରିବା ପାଇଁ ସରକାରଙ୍କ ନିୟାମକ ହସ୍ତକ୍ଷେପ ଗୁରୁତ୍ୱପୂର୍ଣ୍ଣ ହେବ ।

ମାନବ କଲ୍ୟାଣ ପାଇଁ ସୃଷ୍ଟି ହୋଇଛି ଚାଟଜିପିଟି

ଓପନ ଏଆଇରେ ସେମାନେ ଟଙ୍କା ରୋଜଗାର କରନ୍ତି ନାହିଁ ବୋଲି ଅଲ୍ଟମ୍ୟାନ୍ କହିଛନ୍ତି ଏବଂ ନୈତିକତା ଦୃଷ୍ଟିରୁ କମ୍ ସଚେତନ କମ୍ପାନୀଠାରୁ ମାନବିକତାକୁ ରକ୍ଷା କରିବା ପାଇଁ ଏହା କରାଯାଇଛି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ କେହି ଚାଟ୍ ଜିପିଟି ବ୍ୟବହାର କରନ୍ତି, କମ୍ପାନୀ ଏଥିପାଇଁ ଖର୍ଚ୍ଚ କରିଥାଏ ।

କଳାକାରଙ୍କୁ ମିଳିବ କ୍ଷତିପୂରଣ

ଏହି ବୈଠକରେ ସାମ ଅଲଟମ୍ୟାନଙ୍କୁ ଏଆଇ ଜରିଆରେ ତିଆରି ହେଉଥିବା ଫଟୋ ବିଷୟରେ ମଧ୍ୟ ପଚରାଉଚରା କରାଯାଇଥିଲା । ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସେମାନେ କପିରାଇଟ୍ ପ୍ରସଙ୍ଗରେ କାମ କରୁଛନ୍ତି। ଯେଉଁ କଳାକାରଙ୍କ କଳା କୁ ବ୍ୟବହାର କରି କିଛି ସୃଷ୍ଟି କରାଯାଇଛି ସେମାନଙ୍କୁ କ୍ଷତିପୂରଣ ଦେବାକୁ ସେମାନେ ପ୍ରସ୍ତୁତ ଅଛନ୍ତି ବୋଲି ସେ କମିଟି ସଦସ୍ୟମାନଙ୍କୁ କହିଥିଲେ।

ଆହ୍ୱାନର ସମାଧାନ ହୋଇପାରିବ

ସୃଷ୍ଟିକର୍ତ୍ତାମାନଙ୍କ ଉପରେ ନିୟନ୍ତ୍ରଣ ରହିବା ଉଚିତ ବୋଲି ସାମ୍ କହିଛନ୍ତି। ଓପନ୍ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଏବଂ କର୍କଟ ରୋଗ ନିର୍ଣ୍ଣୟ ଭଳି ମାନବଜାତି ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ଆହ୍ୱାନର ସମାଧାନ କରିବାର କ୍ଷମତା ଏଆଇ ପାଖରେ ରହିଛି।

ଚାକିରି ପ୍ରଭାବିତ ହେବ

ଏଥିସହିତ, ଅଲ୍ଟମ୍ୟାନ୍ ସ୍ୱୀକାର କରିଛନ୍ତି ଯେ ଏଆଇର ଅଗ୍ରଗତି ନିଶ୍ଚିତ ଭାବରେ କର୍ମଚାରୀ (ଚାକିରି)କୁ ପ୍ରଭାବିତ କରିବ।  କିନ୍ତୁ ବର୍ତ୍ତମାନର ମଡେଲ କେବଳ ଏକ ଉପକରଣ, ନିର୍ମାତା ନୁହେଁ ।

Leave A Reply

Your email address will not be published.