ଆସୁଛି ଅକ୍ଷୟ ତୃତୀୟା, କଣ କିଣିବେ ? କେଉଁଠି ନିବେଶ କରିବେ ?

0

ଅକ୍ଷୟ ତୃତୀୟା ଆସୁଛି ଏବଂ ଆପଣ ଏହା ପୂର୍ବରୁ ଦେଖିଥିବେ ଯେ ଏହି ଦିନ ଘରେ ନିଶ୍ଚୟ କିଛି ନୂଆ କିଣାଯାଏ । ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟ ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ଏଥର ଏହା ୨୨ ଏପ୍ରିଲ ୨୦୨୩ରେ ପଡ଼ୁଛି । ଅକ୍ଷୟ ଅର୍ଥ କେବେ ଶେଷ ନୁହେଁ ଏବଂ ତୃତୀୟା ଅର୍ଥ ତୃତୀୟ । ସନାତନ ଧର୍ମରେ ଏହାକ ବିଶେଷ ମହତ୍ତ୍ବ ରହିଛି । । ଏହି ଦିନ ଲୋକମାନେ ସୁନା ଓ ରୂପା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷରେ ନିବେଶ କରିଥାନ୍ତି । ବିଶ୍ୱାସ ରହିଛି ଯେ ଏହି ଦିନ କିଛି କିଣିବା ଦ୍ୱାରା ଆପଣଙ୍କ ଧନ ବୃଦ୍ଧି ହେବା ସହ ସମୃଦ୍ଧି ଆସିଥାଏ । ଏହା ପଛରେ ଅନେକ ଧାର୍ମିକ ଓ ଜ୍ୟୋତିଷ କାରଣ ରହିଛି।

ଏଥର ଅକ୍ଷୟ ତୃତୀୟାରେ ଆପଣ କ’ଣ କିଣିପାରିବେ?

ଯଦି ଆପଣ କୌଣସି ଉପାୟରେ ନିବେଶ କରୁନାହାଁନ୍ତି କିମ୍ବା ବର୍ତ୍ତମାନ କେଉଁଠି ଟଙ୍କା ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅକ୍ଷୟ ତୃତୀୟା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ । ନିବେଶର କିଛି ଉପାୟ ଅଛି ଯେଉଁଠାରେ ଆପଣ ନିଜର ଟଙ୍କା ବିନିଯୋଗ କରିପାରିବେ ।

 

ସୁନା :

ସାଧାରଣତଃ ଅକ୍ଷୟ ତୃତୀୟାରେ ସୁନା କିଣାଯାଏ । ସୁନାକୁ ଆମେ ଧନ ଓ ସମୃଦ୍ଧି ସହ ଯୋଡ଼ି ଆସୁଛୁ। ଭାରତୀୟମାନେ ଯେକୌଣସି ପ୍ରକାରେ ସୁନାରେ ନିବେଶ କରିବାକୁ ଅଭ୍ୟାସ କରିଛନ୍ତି, ତେଣୁ ଏହି ଦିନ ସୁନାର ବହୁତ କ୍ରୟ ହୋଇଥାଏ । ଏହି ଦିନ ଆପଣ ସୁନାରେ ମଧ୍ୟ ନିବେଶ କରିପାରିବେ । ଆପଣ ଚାହିଁଲେ ସୁନା ମୁଦ୍ରା, ଇଟା, ଗହଣା କିଣିପାରିବେ । ଆଉ ଏବେ ଡିଜିଟାଲ ସୁନାରେ ମଧ୍ୟ ନିବେଶ କରିବାର ବିକଳ୍ପ ରହିଛି ।

ରୂପା :

ରୁପାକୁ ମଧ୍ୟ ଭାରତରେ ଏକ ଶୁଭ ଧାତୁ ଭାବରେ ବିବେଚନା କରାଯାଏ । ଯେକୌଣସି ଶୁଭ ଅବସରରେ ରୁପା କିଣି ଉପହାର ଦିଆଯାଏ । କେତେକ ପର୍ବପର୍ବାଣିରେ ଲୋକମାନେ ମନ୍ଦିରରେ ଭଗବାନଙ୍କୁ ରୂପା ମୁଦ୍ରା କିମ୍ବା ଅଳଙ୍କାର ଅର୍ପଣ କରିଥାନ୍ତି। ରୂପା ମଧ୍ୟ ସୁନା ଠାରୁ ଶସ୍ତା, ତେଣୁ ଆପଣ କମ୍ ବଜେଟରେ ମଧ୍ୟ ଅକ୍ଷୟ ତୃତୀୟାରେ ଏହାକୁ କିଣି ଶୁଭ ମୁହୂର୍ତ୍ତର ଫାଇଦା ଉଠାଇପାରିବେ ।

 

ହୀରା :

ସୁନା ଓ ରୂପା ତୁଳନାରେ ହୀରା ଟିକେ ମହଙ୍ଗା ସାମଗ୍ରୀ ଏବଂ ଲୋକମାନେ କେବଳ ନିର୍ଦ୍ଦିଷ୍ଟ ସମୟରେ ହୀରା କିଣନ୍ତି । କିନ୍ତୁ ଆପଣ ଏଥର ଅକ୍ଷୟ ତୃତୀୟାରେ ହୀରାରେ ବି ନିବେଶ କରିପାରିବେ । ଏହା ବ୍ୟତୀତ ଅନ୍ୟ କିଛି ପଥର କିଣିବା ପାଇଁ ଏହି ଦିନ ଶୁଭ ଅଟେ । ଉଦାହରଣ ସ୍ୱରୂପ, ଯଦି ଆପଣ ନିଜ ପାଇଁ ନୀଳମଣି, ରୁବି, ପାନା, ମୋତି କିମ୍ବା ଧାତୁ କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ଏହି ଦିନ କିଣିପାରିବେ ।

 

ଆହୁରି ଅନେକ ବିକଳ୍ପ ରହିଛି :

ଧରନ୍ତୁ ଆପଣ ଉପରୋକ୍ତ କୌଣସି ଜିନିଷରେ ନିବେଶ କରିବାକୁ ଚାହୁଁନାହାଁନ୍ତି, ଆପଣଙ୍କ ପାଇଁ ଅନେକ ନିବେଶ ବିକଳ୍ପ ଉପଲବ୍ଧ ଅଛି, ଯେଉଁଠାରେ ଆପଣ ଏହି ଦିନ ଟଙ୍କା ନିବେଶ କରିପାରିବେ । ଷ୍ଟକ ମାର୍କେଟ, ମ୍ୟୁଚୁଆଲ ଫଣ୍ଡ ଏବଂ ଅନ୍ୟାନ୍ୟ ଅନେକ ଆର୍ଥିକ ଉତ୍ପାଦ (financial Product) ବଜାରରେ ଉପଲବ୍ଧ । ଯେହେତୁ ବିଶ୍ୱାସ କରାଯାଏ ଯେ ଏହି ଦିନ କରାଯାଇଥିବା ନିବେଶ ଆପଣଙ୍କୁ ଭଲ ଫଳ ଦେଇଥାଏ, ତେଣୁ ଆପଣ ନିବେଶ ରୁ ଆରମ୍ଭ କରିପାରିବେ । କିନ୍ତୁ ବଜାର ସହ ଜଡିତ ପ୍ରଡକ୍ଟ ଏବଂ ଅନ୍ୟାନ୍ୟ ବିଷୟରେ ନିବେଶ କରିବା ପୂର୍ବରୁ ଆପଣ ଙ୍କୁ ଆର୍ଥିକ ପରାମର୍ଶଦାତାଙ୍କ ପରାମର୍ଶ ନିହାତି ଆବଶ୍ୟକ ।

Leave A Reply

Your email address will not be published.