ଜ୍ଞାନବାପି ପରିସରରେ ଏଏସଆଇ ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ଆହ୍ଲାବାଦ : ଜ୍ଞାନବାପି ମାମଲାରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ( ଏଏସଆଇ) ସର୍ଭେକୁ ଅନୁମତି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହା କାହାର କ୍ଷତି କରିବନାହିଁ ବୋଲି କହି ଏଏସଆଇ ସର୍ଭେକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ତେବେ ମୁସଲମାନ ପକ୍ଷ ଏହି ସର୍ଭେ ବନ୍ଦ କରିବାକୁ ଦାବି କରିଥିଲେ। ଏହାସହିତ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ବଜାୟ ରଖିଛନ୍ତି। ଏଥିସହ ମୁସଲମାନ ପକ୍ଷର ଆବେଦନକୁ ଖାରଜ କରାଯାଇଛି। ଏବେ ଜ୍ଞାନବାପି କ୍ୟାମ୍ପସରେ ଏଏସ୍ଆଇ ସର୍ଭେ ତୁରନ୍ତ କରାଯିବ।

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ଜ୍ଞାନବାପି ମସଜିଦ ପରିସରରେ ଏଏସଆଇ ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି। ଏଏସଆଇ ସର୍ଭେ ପରେ ସତ ପଦାକୁ ଆସିବ ଏବଂ ଜ୍ଞାନବାପି ସମସ୍ୟାର ସମାଧାନ ହେବ ବୋଲି ମୋର ବିଶ୍ୱାସ ରହିଛି ।

୪ ଜଣ ମହିଳାଙ୍କ ଆବେଦନ କୁ ଭିତ୍ତି କରି ବାରଣାସୀ ଜିଲ୍ଲା ଅଦାଲତ ଜୁଲାଇ ୨୧ରେ ଏଏସଆଇ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହିନ୍ଦୁ ମନ୍ଦିର ଭାଙ୍ଗି ଐତିହାସିକ ମସଜିଦ ନିର୍ମାଣ ହୋଇଛି କି ନାହିଁ ତାହା ନିର୍ଣ୍ଣୟ କରିବାପାଇଁ ଏହା ଏକମାତ୍ର ଉପାୟ ବୋଲି ସେ ଦାବି କରିଥିଲେ। ଏହି ମସଜିଦ ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ର ଠିକ୍ ନିକଟରେ ଅବସ୍ଥିତ । ଜୁଲାଇ ୨୪ତାରିଖରୁ ଏଏସ୍ଆଇ ସର୍ଭେ ଆରମ୍ଭ କରିଥିଲେ ହେଁ ମସଜିଦ କମିଟି ଏହାର ଦ୍ୱାରସ୍ଥ ହେବା ପରେ ସୁପ୍ରିମକୋର୍ଟ କିଛି ଘଣ୍ଟା ମଧ୍ୟରେ ଏହାକୁ ନିଷିଦ୍ଧ କରିଥିଲେ।

Leave A Reply

Your email address will not be published.