ଯିଏ ନିଜ ରାଜ୍ୟର ଭାଷା, ସଂସ୍କୃତିର ସମ୍ମାନ କରିପାରିବ ନାହିଁ, ସେ ରାଜ୍ୟକୁ ଆଗକୁ ନେଇପାରିବ ନାହିଁ : ଅମିତ ଶାହା

0

ଭୁବନେଶ୍ବର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି । ସୋନପୁରଠାରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଓଡ଼ିଶାର ଜନତା ନରେନ୍ଦ୍ର ମୋଦୀଙ୍କୁ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବାକୁ ମନ ସ୍ଥିର କରିସାରିଛନ୍ତି ଓ ୨୦ରୁ ଅଧିକ ପଦ୍ମ ଲୋକସଭାକୁ ପଠାଇବାକୁ ଯାଉଛନ୍ତି । କିନ୍ତୁ ଓଡ଼ିଶାର ଜନତା ଆଉ ଏକ କାମ କରିବାକୁ ଯାଉଛନ୍ତି। ଓଡ଼ିଶାର ଭାଷା, ସଂସ୍କୃତି ଓ ଅସ୍ମିତାର ରକ୍ଷା ପାଇଁ ଏଠାରେ ମଧ୍ୟ ଏକ ସଂଖ୍ୟାଗରିଷ୍ଠ ବିଜେପି ସରକାର ଗଠନ କରିବାକୁ ଯାଉଛନ୍ତି । ଯିଏ ନିଜ ରାଜ୍ୟର ପ୍ରଦେଶର ଭାଷା, ଗୌରବ ଓ ସଂସ୍କୃତିର ସମ୍ମାନ କରିପାରିବ ନାହିଁ ସେ ରାଜ୍ୟକୁ ଆଗକୁ ନେଇପାରିବ ନାହିଁ । ରାଜ୍ୟ ସରକାର କେବଳ ରାଜ୍ୟକୁ ବିକାଶରୁ ଦୂରେଇ ରଖିନାହାନ୍ତି, ବରଂ ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଦୁର୍ନୀତି କରାଯାଉଛି । ଓଡ଼ିଶାର ଭାଷା ଓ ସଂସ୍କୃତିର ଗୌରବରୁ ଲୋକଙ୍କୁ ଦୂରେଇ ରଖାଯାଉଛି । ଓଡ଼ିଶାରେ ପ୍ରଚୁର ଖଣି, ପାଣି ଆଦି ପ୍ରଚୁର ପ୍ରାକୃତିକ ସମ୍ବଳ ଥିବା ସତ୍ତ୍ବେ ରାଜ୍ୟର ଲୋକମାନେ ଦାଦନ ଖଟିବାକୁ ମୁମ୍ବାଇ, ଗୁଜରାଟ, ବେଙ୍ଗାଲୁରୁ, ଦିଲ୍ଲୀ ଯାଉଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଏଠାରେ ହିଁ ଶିଳ୍ପ ସଂସ୍ଥା ଆସିବେ ଓ ଲୋକମାନଙ୍କୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପର୍ଯ୍ୟଟନ ନାଁରେ ମହାପ୍ରଭୂ ଜଗନ୍ନାଥଙ୍କ ମନ୍ଦିରକୁ ବିକୃତ କରାଯାଇଛି । ବିଜେପି ସରକାର ଆସିଲେ କାଶୀ ବିଶ୍ବନାଥ ମନ୍ଦିର ପରି ଜଗନ୍ନାଥ ମନ୍ଦିରର ବିକାଶ କରି ତାହାକୁ ସାରା ବିଶ୍ବରେ ଏକ ପ୍ରମୁଖ ଧର୍ମସ୍ଥଳୀରେ ପରିଣତ କରାଯିବ ।

Leave A Reply

Your email address will not be published.