ନିଜର ପ୍ରଥମ ନିର୍ବାଚନୀ ସଭା ପାଇଁ ସୋନପୁରକୁ କାହିଁକି ବାଛିଲେ ଅମିତ ଶାହା ?

0

ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୨୫ ତାରିଖରୁ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ସେହିଦିନ ସେ ଓଡ଼ିଶା ଗସ୍ତରେ ଆସି ସୋନପୁର ସହରରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ବିଜେପି ସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ସେ କାହିଁକି ସୋନପୁରକୁ ବାଛିଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୋନପୁର ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ବେଳେ ଆସନ୍ତା ୨୦ ତାରିଖରେ ବରଗଡ଼, ସୁନ୍ଦରଗଡ଼, କନ୍ଧମାଳ ଓ ଆସିକା ରେ ନିର୍ବାଚନ ହେବ। ଏପ୍ରିଲ ୨୬ତାରିଖରୁ ଏହି ନିର୍ବାଚନ ମଣ୍ଡଳୀ ଗୁଡ଼ିକ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ।

ବଲାଙ୍ଗୀର ଲୋକସଭା ଆସନ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ହୋଇଥିବା ବେଳେ ଏହି ଅଞ୍ଚଳରେ ବିଜେପିର ବଢ଼ୁଥିବା ପ୍ରଭାବକୁ ପ୍ରତିହତ କରିବା ପାଇଁ ବିଜେଡି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ଗତ ନିର୍ବାଚନରେ ମାତ୍ର ୧୨୮ ଖଣ୍ଡ ଭୋଟରେ ପରାଜିତ ହୋଇଥିବା ବର୍ତ୍ତମାନର କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏବଂ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ନବୀନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ସୋନପୁରରେ ଅମିତ ଶାହାଙ୍କ ପ୍ରଚାର ଆଗାମୀ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀକୁ ମଧ୍ୟ ପ୍ରଭାବିତ କରିପାରେ, ଯେଉଁଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୫ ବର୍ଷ ର ବ୍ୟବଧାନ ପରେ ସିଧାସଳଖ ନିର୍ବାଚନ ଲଢୁଛନ୍ତି ।

Leave A Reply

Your email address will not be published.