ଭୋଟଗ୍ରହଣ ସମୟରେ ରିଗିଂ ଆଶଙ୍କା କଲେ ଅପରାଜିତା, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି

0

ଭୁବନେଶ୍ବର: ନିର୍ବାଚନ ସମୟରେ ଭୁବନେଶ୍ବର ଲୋକସଭା କ୍ଷେତ୍ରର କେତେକ ଅଞ୍ଚଳରେ ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ସାଂସଦ ତଥା ବିଜେପିର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ଏଥିପାଇଁ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (ସିଏପିଏଫ୍) ମୁତୟନ କରାଯାଉ ବୋଲି ସେ ଦାବି କରିଛନ୍ତି । ସେ ବିଶେଷକରି ଦୁଇଜଣ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରିବା ସହ ରିଗିଂ ଆଶଙ୍କା କରି ଏହି ଚିଠି ଲେଖିଛନ୍ତି। ଦୁଇ ଅବସରପ୍ରାପ୍ତ ପୁଲିସ ଅଫିସର ନଗେନ୍ଦ୍ର ମୁଣ୍ଡ ଓ ଶାନ୍ତନୁ ଦାସଙ୍କ ଭୂମିକାକୁ ସନ୍ଦେହ କରି ସେ ଏଭଳି ଚିଠି ଲେଖିବା ଜଣାଯାଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସମେତ ଏହା ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନ ପାଇଁ ମତଦାନ କରାଯିବ।

ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇଥିବା ନେଇ ସେ ଚିଠିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ଏଣୁ ମଧ୍ୟ ଭୁବନେଶ୍ୱରର ୱାର୍ଡ ନଂ ୪୬, ବାୟାବାବା ମଠ ଅଞ୍ଚଳ, ସହିଦନଗର, ୟୁନିଟ୍-୮, ମାଳିସାହି ଅଞ୍ଚଳ ଓ ଖୋର୍ଦ୍ଧା ସହରାଞ୍ଚ‌ଳରେ ରିଗିଂ ଆଶଙ୍କା ପ୍ରକଟ କରି ସେସବୁ ସ୍ଥାନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯିବାକୁ ଦାବି କରିଛନ୍ତି ଅପରାଜିତା ।

 

 

 

Leave A Reply

Your email address will not be published.