କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ପାଇଁ ବିଜେପି-ବିଜେଡିର ମିଳିତ ପ୍ରାର୍ଥୀ

0

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଲାଗି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ସେ ତୃତୀୟ ପ୍ରାର୍ଥୀ ଭାବେ ରାଜ୍ୟରୁ ନିର୍ବାଚନ ଲଢ଼ିବେ। ବିଜେପିର କେନ୍ଦ୍ରୀୟ କମିଟି ବୁଧବାର ତାଙ୍କ ନାମ ଘୋଷଣା କରିଛି। ବୈଷ୍ଣବ ଆଜି (ବୁଧବାର) ଓଡିଶା ଗସ୍ତରେ ଆସୁଛନ୍ତି। ଗୁରୁବାର ଦିନ ହିଁ ସେ ରାଜ୍ୟସଭା ପାଇଁ ନିଜର ମନୋନୟନପତ୍ର ଦାଖଲ କରିବାର ସମ୍ଭାବନା ରହିଛି ।

ସେପଟେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ବିଜେଡି ପୁଣି ଥରେ ସମର୍ଥନ ଦେଇଛି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ସମର୍ଥନ ଘୋଷଣା କରିଛନ୍ତି। ପ୍ରେସ୍ ବିଜ୍ଞପ୍ତି ଜରିଆରେ ନବୀନ ଏହି ସମର୍ଥନ ଘୋଷଣା କରିଛନ୍ତି। ଓଡ଼ିଶାର ବୃହତ୍ତର ସ୍ବାର୍ଥ ଦୃଷ୍ଟରୁ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଘୋଷଣା କରାଯାଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ବିଜେଡ଼ିର ସମର୍ଥନ ପରେ ସେ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି ।

ଗତଥର ୨୦୧୯ ଜୁନ ୨୪ରେ ନାମାଙ୍କନ ଭରିଥିଲେ ଅଶ୍ୱିନୀ ବୈଷ୍ଣବ। ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ରାଜ୍ୟସଭା ପଠାଇଥିଲା ବିଜେଡି।

 

Leave A Reply

Your email address will not be published.