ପଞ୍ଚିମବଙ୍ଗ ପଂଚାୟତ ନିର୍ବାଚନରେ ହିଂସା, ୯ ମୃତ

0

କୋଲକାତା – ପଶ୍ଚିମବଙ୍ଗରେ ଆଜି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଜାରି ରହିଛି  । ଏସବୁ ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୯ ଜଣ ଲୋକ ମୃତ୍ୟୁବରଣ କରିସାରିଲେଣି ।

ସୂଚନା ଅନୁସାରେ, ଗତ ମଧ୍ୟରାତ୍ରିରୁ ନିର୍ବାଚନୀ ହିଂସାରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ଟିଏମସି ସଦସ୍ୟ, ବିଜେପି, ସିପିଆଇ(ଏମ୍) ଏବଂ କଂଗ୍ରେସର ଜଣେ ଲେଖାଏଁ ସଦସ୍ୟ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥକ ଅଛନ୍ତି। ହିଂସାତ୍ମକ ସଂଘର୍ଷରେ ଅନେକ ଲୋକ ଆହତ ହେବା ସହ ଅତି କମରେ ଦୁଇଟି ମତଦାନ କେନ୍ଦ୍ରରେ ବ୍ୟାଲଟ୍ ବାକ୍ସ ନଷ୍ଟ ହୋଇଯାଇଛି।

୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ନି ପରୀକ୍ଷା ଭାବେ ଦେଖାଯାଉଛି। ଆଜି ୨୨ଟି ଜିଲ୍ଲା ପରିଷଦର ପ୍ରାୟ ୯୨୮ଟି ଆସନ, ୯୭୩୦ଟି ପଞ୍ଚାୟତ ସମିତି ଓ ୬୩,୨୨୯ଟି ଗ୍ରାମ ପଞ୍ଚାୟତ ଆସନ ପାଇଁ ପାଖାପାଖି ୫.୬୭ କୋଟି ଲୋକ ମତଦାନ କରୁଛନ୍ତି। ଜୁଲାଇ ୧୧ତାରିଖରେ ଭୋଟ୍ ଗଣତି ହେବ। କଡ଼ା ସୁରକ୍ଷା ମଧ୍ୟରେ ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି। ନିର୍ବାଚନ ପୂର୍ବରୁ ହୋଇଥିବା ହିଂସାକାଣ୍ଡରେ ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

Leave A Reply

Your email address will not be published.