ମାଫିଆ ଡନ ଅତୀକ ଅହମ୍ମଦ, ତା ଭାଇ ଅସରଫକୁ ଗୁଳିକରି ହତ୍ୟା

0

ପ୍ରୟାଗରାଜ : ପ୍ରୟାଗରାଜରେ ମାଫିଆ ଅତୀକ ଅହମ୍ମଦ ଓ ତା ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରୟାଗରାଜ ମେଡିକାଲ କଲେଜ ନିକଟରେ ଏହି ଘଟଣା ଘଟିଛି। ଉଭୟଙ୍କୁ ୧୦ରୁ ଅଧିକ ଥର ଗୁଳି କରାଯାଇଥିଲା। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଅତୀକ ଓ ଅଶରଫଙ୍କୁ ଡାକ୍ତରୀ ମାଇନା ପାଇଁ ନିଆଯାଇଥିଲା।

ନିହତ ଗ୍ୟାଙ୍ଗଷ୍ଟରଙ୍କ ଓକିଲ ବିଜୟ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସାମ୍ବାଦିକଙ୍କ ଭିଡ଼ ମଧ୍ୟରୁ କେହି ଜଣେ ଅତୀକ୍ ଅହମ୍ମଦ ଏବଂ ତାଙ୍କ ଭାଇଙ୍କ ଉପରକୁ ନିକଟରୁ ଗୁଳି ଚଳାଇଥିଲେ। ଏହି ଘଟଣାର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଅତୀକ ଅହମ୍ମଦ ଏବଂ ତାଙ୍କ ଭାଇ ସାମ୍ବାଦିକଙ୍କ ସହ କଥା ବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି ଯେତେବେଳେ କେହି ଗ୍ୟାଙ୍ଗଷ୍ଟରର ମୁଣ୍ଡରେ ଗୁଳି ଚଳାଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ଭାଇଙ୍କୁ ମଧ୍ୟ ଗୁଳି କରାଯାଇଥିଲା ।

ଦୁଇଦିନ ତଳେ ଅତୀକର ପୁଅ ଅସଦକୁ ପୁଲିସ ଏନକାଉଣ୍ଟରରେ ମାରି ଦେଇଥିଲା । ଅତୀକ ଅହମ୍ମଦ ନିଜ ପୁଅର ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଶୁକ୍ରବାର ତା ଓକିଲଙ୍କ ଜରିଆରେ ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିଥିଲା, ଯାହା ଶନିବାର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କ ଅଦାଲତରେ ନିଷ୍ପତ୍ତି ହେବାର ଥିଲା, କିନ୍ତୁ ଅଦାଲତକାର୍ଯ୍ୟ ପୂର୍ବରୁ ମୃତଦେହକୁ ପୋତିବା ପ୍ରକ୍ରିୟା ଶେଷ ହୋଇଥିଲା।

Leave A Reply

Your email address will not be published.