ଆସନ୍ତା ୬ ଦିନରୁ ୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଏପ୍ରିଲରେ ୧୫ ଦିନ ବ୍ୟାଙ୍କ ଛୁଟି

0

ନୂଆଦିଲ୍ଲୀ:  ଚଳିତ ଏପ୍ରିଲ ମାସରେ ଲମ୍ବା ସମୟ ପାଇଁ ବ୍ୟାଙ୍କ ଛୁଟି ରହିବ । ତେବେ ଆସନ୍ତାକାଲି ଓ ପରଦିନ ଅର୍ଥାତ୍ ଏପ୍ରିଲ ୪ ଓ ୫ ତାରିଖରେ ବ୍ୟାଙ୍କ ବନ୍ଦ ରହିବ। ତେବେ ଆସନ୍ତା ୬ ଦିନ ମଧ୍ୟରୁ ୫ ଦିନ ବ୍ୟାଙ୍କ ବନ୍ଦ ରହିବ ଏବଂ ଏହି ସମୟରେ କେବଳ ଗୋଟିଏ ଦିନ ବ୍ୟାଙ୍କ ଖୋଲିବ ।

ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କର ଛୁଟି କ୍ୟାଲେଣ୍ଡର ଅନୁଯାୟୀ ବିଭିନ୍ନ ରାଜ୍ୟରେ ଛୁଟି ଅଲଗା ଅଲଗା ହୋଇପାରେ। ଏପ୍ରିଲ ମାସରେ ମହାବୀର ଜୟନ୍ତୀ, ଗୁଡ୍ ଫ୍ରାଇଡେ, ବାବୁ ଜଗଜୀବନ ରାମ ଜୟନ୍ତୀ, ଦ୍ୱିତୀୟ ଶନିବାର ଓ ପରେ ରବିବାର ପଡ଼ୁଛି। ଏଭଳି ସ୍ଥିତିରେ ଆସନ୍ତା ୬ ଦିନ ମଧ୍ୟରୁ ୫ ଦିନ ବ୍ୟାଙ୍କ ବନ୍ଦ ରହିବ। ତେବେ ଚଳିତ ମାସରେ ଆମ୍ବେଦକର ଜୟନ୍ତୀ, ହିମାଚଳ ଦିବସ, ବଙ୍ଗଳା ନବବର୍ଷ ଓ ଇଦ୍-ଉଲ୍-ଫିତର ଭଳି ବଡ଼ ବଡ଼ ପର୍ବପର୍ବାଣୀ ଓ ଦିନ କମିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଯଦି ଆପଣଙ୍କୁ ଏହି ମାସରେ ବ୍ୟାଙ୍କ ସହ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ ପଡିବ ତେବେ ତାହାକୁ ଠିକ୍ ସମୟରେ ସମାଧାନ କରିଦିଅନ୍ତୁ ।

Leave A Reply

Your email address will not be published.