ଜୁନ ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ, ମୋଦୀଙ୍କୁ ପାଣ୍ଡିଆନଙ୍କ ଜବାବ

0

ଭୁବନେଶ୍ବର : ଆସନ୍ତା ଜୁନ ୧୦ରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ପରେ ତାହାର ଜବାବ ରଖିଛି ବିଜେଡ଼ି । ବିଜେଡ଼ି ନେତା ଭି. କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ ଜୁନ ୧୦ ନୁହେଁ, ଜୁନ ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ ।

“ବିରୋଧୀ ଦଳର ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଜୁନ୍ ୯ ତାରିଖରେ ସାଢେ଼ ଏଗାରରୁ ସାଢେ଼ ଗୋଟେ ସମୟରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଶପଥ ନେବେ। ଯେତେ ବଡ ଲୋକ କହିଲେ ବି କିଛି ଫରକ୍ ପଡ଼ିବ ନି । ଡବଲ ଇଞ୍ଜିନ ସରକାର ଗଢ଼ିବା ପାଇଁ ଅନେକ ରାଜ୍ୟର ଲୋକ ବିଶ୍ଵାସ କରି ତେଲ ପକାଇଲେ କିନ୍ତୁ ସରିଗଲା ଗାଡି ବନ୍ଦ ହେଇଗଲା । “

Leave A Reply

Your email address will not be published.