ପ୍ରଥମ ପର୍ଯ୍ୟାୟରେ ବିଜେଡି ୨୪ଟି ଆସନ ଜିତିବ : ପାଣ୍ଡିଆନ

0

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଓ ୪ଟି ଲୋକସଭା ଆସନ ପାଇଁ ହୋଇଥିବା ମତଦାନରେ ବିଜେଡି ସର୍ବନିମ୍ନ ୨୪ଟି ଆସନ ରେ ବିଜୟୀ ହେବ ବୋଲି ବିଜେଡି ନେତା ଭିକେ ପାଣ୍ଡିଆନ କହିଛନ୍ତି।

ଗଣମାଧ୍ୟମକୁ ସେ କହିଛନ୍ତି, “ପ୍ରଥମ, ଦ୍ବିତୀୟ, ତୃତୀୟ କିମ୍ବା ଚତୁର୍ଥ ରାଉଣ୍ଡ ନିର୍ବାଚନରେ ବିଜେଡି ବିଜୟୀ ହେଉଛି। ପ୍ରଥମ ରାଉଣ୍ଡରେ ବିଜେଡି ସର୍ବନିମ୍ନ ୨୪ଟି ଆସନରେ ବିଜୟୀ ହେଉଛି। ଗତଥର ଆମକୁ ୨୦ଟି ଆସନ ମିଳିଥିଲା। ଏଥର ନବୀନ ପଟ୍ଟନାୟକଙ୍କ ଲହର ଥିବାରୁ ୨୮ଟି ଆସନରୁ ୨୪ରୁ ଅଧିକ ଆସନ ଜିତିବା ଦରକାର। ୨ଟି ଆସନରେ କଂଗ୍ରେସ ଓ ଗୋଟିଏ ଆସନରେ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା ରହିଛି। ଗତଥର ତୁଳନାରେ ଲୋକସଭାରେ ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ ବୋଲି ପାଣ୍ଡିଆନ କହିଛନ୍ତି। ଲୋକସଭା ପୂର୍ବାନୁମାନ କରିବା ପାଇଁ ବହୁତ ବଡ଼।“

ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ସମେତ ୪ଟି ଲୋକସଭା ଆସନ ସମେତ ସେମାନଙ୍କ ଅଧୀନରେ ଥିବା ୨୮ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା। ଏହି ଆସନଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ୭୪% ମତଦାନ ହୋଇଛି। ତେବେ ବ୍ରହ୍ମପୁରରେ ୬୪% ମତଦାନ ହୋଇଛି।

Leave A Reply

Your email address will not be published.