ଝାରସୁଗୁଡ଼ା ଉପନିର୍ବାଚନ : ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ ରେକର୍ଡ ଭୋଟରେ ବିଜୟୀ

0

ଭୁବନେଶ୍ବର : ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ବିଜୟ ହାସଲ କରିଛନ୍ତି । ସେ  ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି । ଦୀପାଳି ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । 

ଦୀପାଳି ଦାସ ତାଙ୍କ ବାପା ନବ ଦାସଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ। ହେଲେ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସୂଚନା ଅନୁଯାୟୀ, ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୩ ଖଣ୍ଡ ଭୋଟ ମିଳିଛି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ  ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୩୮୪ ଭୋଟ । ତେଣେ କଂଗ୍ରେସ ପ୍ରାର୍ଥୀ ମାତ୍ର ୪, ୪୭୩  ଖଣ୍ଡ ଭୋଟ ପାଇଛନ୍ତି । 

ଏହି ଉପନିର୍ବାଚନରେ ବିଜେଡିର ବିଜୟ ଆଶା କରାଯାଉଥିବାବେଳେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ଦଳକୁ ଆହୁରି ଉତ୍ସାହିତ କରିବା ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳର ମନୋବଳକୁ ଦୃଢ କରିବ । 

 

 

Leave A Reply

Your email address will not be published.