ବିଜେପି-ବିଜେଡ଼ି ମେଣ୍ଟ : ଔପଚାରିକ ଘୋଷଣାକୁ ଅପେକ୍ଷା

0

ଭୁବନେଶ୍ବର : ବିଜେପି-ବିଜେଡ଼ି ମେଣ୍ଟ ସମ୍ଭାବ୍ୟ ମେଣ୍ଟକୁ ନେଇ ଓଡ଼ିଶାର ରାଜନୀତି ଏବେ ଉଠୁଛି ପଡ଼ୁଛି । ବୁଧବାର ସାରା ଦିନ ଦୁଇ ଦଳରେ ଘନ ଘନ ବୈଠକ ଚାଲିବା ପରେ ଏହି ଚର୍ଚ୍ଚା ଚରମରେ ପହଞ୍ଚିଥିଲା । ତେବେ ମେଣ୍ଟ ନେଇ ଗତକାଲି କୌଣସି ଘୋଷଣା ହୋଇନଥିଲା, କେବଳ ଦୁଇ ଦଳର କେତେକ ବରିଷ୍ଠ ନେତାଙ୍କ ବୟାନରୁ ମେଣ୍ଟ ନେଇ କେତେକ ସଂକେତ ମିଳିଥିଲା । କିନ୍ତୁ ଆଜି ଅର୍ଥାତ୍ ଗୁରୁବାର ମେଣ୍ଟ ନେଇ ଔପଚାରିକ ଘୋଷଣା ହୋଇପାରେ । ଦୁଇଦଳର ବରିଷ୍ଠ ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି । ଏପରି ହେଲେ ଦୀର୍ଘ 15 ବର୍ଷ ପରେ ପୁଣି ବିଜେଡି ଏନଡିଏ ମେଣ୍ଟକୁ ଫେରିବ ।

ବୁଧବାର ଅପରାହ୍ଣରେ ନବୀନ ନିବାସରେ ଦୁଇଟି ପର୍ଯ୍ୟାୟର ବୈଠକ ସରିବା ପରେ ବାହାରକୁ ଆସି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ଅରୁଣ ସାହୁ ଗଣମାଧ୍ୟମକୁ କହିଥିଲେ ଯେ ବୈଠକରେ ସବୁ ବିଷୟ ଆଲୋଚନା ହୋଇଛି । ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି କାମ କରୁଛି । ଓଡ଼ିଶାର ସ୍ୱାର୍ଥକୁ ଆଖିରେ ରଖି ଯାହା ନିଷ୍ପତ୍ତି ଦରକାର ନିଆଯିବ ।

ଗୋଟିଏ ପଟେ ଭୁବନେଶ୍ବରରେ ବିଜେଡ଼ିର ବୈଠକ ଚାଲିଥିବାବେଳେ ସେପଟେ ଦିଲ୍ଲୀରେ ବିଜେପିର କୋର କମିଟି ବୈଠକ ଚାଲିଥିଲା । ଏଥିରେ ଯୋଗଦେଇଥିବା ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ କହିଥିଲେ ଯେ ମେଣ୍ଟ ନେଇ ଆଲୋଚନା ହୋଇଥିଲା । ତେବେ ଏ ନେଇ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବେ ବୋଲି ସେ କହିଥିଲା ।

ଏହି ଦୁଇପକ୍ଷର ବୟାନରୁ ଏତିକି ସ୍ପଷ୍ଟ ଯେ ମେଣ୍ଟ ନେଇ ଆଲୋଚନା ହୋଇଛି । ଆଉ ସଙ୍କେତ ଏୟା ଯେ ମେଣ୍ଟ ନେଇ ଖୁବଶୀଘ୍ର ଘୋଷଣା ହେବ।

 

Leave A Reply

Your email address will not be published.