୧୦ ଜୁନରେ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ : ବ୍ରହ୍ମପୁର ଓ ନବରଙ୍ଗପୁର ଜନସଭାରେ କହିଲେ ମୋଦୀ

0

ଭୁବନେଶ୍ବର : ଲୋକଙ୍କ ଉତ୍ସାହ ଦେଖି ଜଣାପଡ଼ୁଛି ଯେ ଏଥର ଓଡ଼ିଶାରେ ହେବ ବିଜେପି ସରକାର । ଏଥର ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ହେବେ । ପୁଣି ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଶାର ଲୋକ ହେବ, ଯିଏ ଓଡ଼ିଶାର ମାଟି ଓ ସଂସ୍କୃତିକୁ ଜାଣିଥିବ ସେ ହେବ ମୁଖ୍ୟମନ୍ତ୍ରୀ । ଯିଏ ଏଠାକାର ଲୋକଙ୍କୁ ଓ ଏଠାକାର ସମସ୍ୟାକୁ ଜାଣିଥିବ ସେ ମୁଖ୍ୟମନ୍ତ୍ରୀ ହେବ, ଏହା ମୋଦୀର ଗ୍ୟାରେଣ୍ଟି । ଓଡ଼ିଶାର ନବରଙ୍ଗପୁରଠାରେ ଏକ ଜନସଭାରେ ଯୋଗ ଦେଇ ଏହିପରିଭାବେ ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଓଡ଼ିଶାରେ ବିଜେପିକୁ ୨୧ରୁ ୨୧ଟି ଲୋକସଭା ଆସନ ଓ ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ମିଳିଲେ ରାଜ୍ୟରେ ଡବଲ ଇଂଜିନ ସରକାର ହେବ ଓ ଓଡ଼ିଶା ବିକାଶ କ୍ଷେତ୍ରରେ ଆଗକୁ ବଢିବ ।

ସେ କହିଛନ୍ତି, ‘’୪ ଜୁନ ହେଉଛି ବିଜେଡ଼ି ସରକାରର ଏକ୍ସପାରୀ ତାରିଖ ଓ ୧୦ ଜୁନ ହେଉଛି ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ତାରିଖ । ମୁଁ ଆପଣମାନଙ୍କୁ ଭୁବନେଶ୍ବରରେ ହେବାକୁ ଥିବା ଏହି ଶପଥ ସମାରୋହରେ ଯୋଗଦେବାକୁ ଏଠାକୁ ଆସିଛି । ମୁଁ ନିଶ୍ଚିତ ଯେ ଆପଣମାନେ ସେଠାକୁ ଯିବେ ।‘’
ଏହା ପୂର୍ବରୁ ବ୍ରହ୍ମପୁରଠାରେ ସେ କହିଥିଲେ ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର। ଓଡ଼ଶା ବିଜେପିକୁ ମୁଁ ଧନ୍ୟବାଦ ଦେଉଛି ଯେ ସେମାନେ ଉତ୍ତମ ଘୋଷଣାପତ୍ର ଜାରି କରିଛନ୍ତି। ଏଥିରେ କୃଷକଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଲାଭ ମିଳିବ। ବିଜେପି ଯାହା କହେ, ତାହା କରିକି ଦେଖାଏ। ଏହା ହେଉଛି ମୋଦୀ ଗ୍ୟାରେଣ୍ଟି। ଜୁନ୍ ୪ ତାରିଖରେ ଏଠାରେ ବିଜେଡି ସରକାରର ଏକସ୍ପାରି ଡେଟ୍ ଲେଖାଯାଇଛି। ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ହେବ। ମୁଁ ବିଜେପିର ଶପଥ ସମାରୋହ ଲାଗି ନିମନ୍ତ୍ରଣ ଦେବାକୁ ଆସିଛି। ଓଡ଼ିଶାରେ ବିଜେଡି ସରକାର ଅସ୍ତଗାମୀ। କଂଗ୍ରେସ ଅତୀତ ହୋଇଛି। ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ୟ୍ୟ ଭାବେ ଉଭା ହୋଇଛି। ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି। ଏତେ ଧନୀ ଓଡ଼ିଶାର ଲୋକ କାହିଁକି ଗରିବ ରହିଛନ୍ତି। ବ୍ରହ୍ମପୁର ନିକଟସ୍ଥ କନିସି ଛକରେ ବିଶାଳ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଥା କହିଛନ୍ତି। ଏହି ସାଧାରଣ ସଭାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ଆସ୍କା ଲୋକସଭା ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ପ୍ରମୁଖ ଉଦବୋଧନ ଦେଇଛନ୍ତି।

Leave A Reply

Your email address will not be published.