ଆଜି ବିଜେପି ଘୋଷଣା କରିପାରେ ୪୦ରୁ ୫୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ

0

ଭୁବନେଶ୍ବର : ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜେପି ଶୁକ୍ରବାର ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବାର ସମ୍ଭାବନା ରହିଛି । ସୂଚନା ଅନୁସାରେ ବିଜେପି ଆଜି ୪୦ରୁ ୫୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ପାଇଁ ଗତକାଲି ( ଗୁରୁବାର) ନୂଆଦିଲ୍ଲୀଠାରେ ବିଜେପିର କୋର କମିଟି ବୈଠକ ବସି ପ୍ରାର୍ଥୀମାନଙ୍କ ଉପରେ ଚୂଡ଼ାନ୍ତ ଆଲୋଚନା ହୋଇଥିଲା । ଏହି ସମ୍ଭାବ୍ୟ ତାଲିକାକୁ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଅନୁମୋଦନ କରିସାରିଛି । ଗୁରୁବାର ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲିଥିବା ଏହି ବୈଠକରେ ବିଜେପି ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ରାଜ୍ୟ ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ଗତ ସପ୍ତାହରେ ବିଜେପି ଓଡ଼ିଶାର ୨୧ଟି ଲୋକସଭା ଆସନମଧ୍ୟରୁ ୧୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। କଟକ, ଯାଜପୁର ଓ କନ୍ଧମାଳ ଲୋକସଭା ଆସନ ପାଇଁ ଦଳ ଏପର୍ୟ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନଥିଲା । ଆଜି ଏହି ତିନିଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ । ତେବେ ସମସ୍ତଙ୍କ ଆଖି କଟକ ଉପରେ ରହିବ, କାରଣ ଏଠାରୁ ବିଜେପିରୁ ଭର୍ତ୍ତୃହରି ମହତାବ ଲଢିବାର ସମ୍ଭାବନା ରହିଛି । ସେହିପରି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବି ଆଶାୟୀ ଅଛନ୍ତି ।

Leave A Reply

Your email address will not be published.