ଆଜି ଆସିପାରେ ଓଡ଼ିଶା ପାଇଁ ବିଜେପିର ପ୍ରଥମ ଲୋକସଭା ପ୍ରାର୍ଥୀ ତାଲିକା

0

ନୂଆଦିଲ୍ଲୀ : ଏପ୍ରିଲ ୧୯ରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ନିର୍ବାଚନକୁ ଆଉ ଏକ ମାସରୁ କମ୍ ସମୟ ବାକି ଥିବା ବେଳେ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଦେଶର ସମସ୍ତ ରାଜନୈତିକ ଦଳ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି। ଶନିବାର କଂଗ୍ରେସ ଦଳ ୪୬ ଜଣିଆ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର କେନ୍ଦ୍ରୀୟ ନିର୍ବାଚନ କମିଟିବୈଠକ କରିଛି। ରବିବାର ଘୋଷଣା ହେବାକୁ ଥିବା ତାଲିକାରେ ଏହି ସବୁ ରାଜ୍ୟର ପ୍ରାର୍ଥୀଙ୍କ ନାମ ରହିବ।

ଆଜି ଓଡ଼ିଶାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି। ତେବେ କାହାକୁ ଟିକେଟ୍ ମିଳିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢ଼ିପାରନ୍ତି। ସେହିପରି ପୁରୀରୁ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବତ ପାତ୍ରଙ୍କୁ ଟିକେଟ୍ ମିଳିପାରେ। ଏହା ସହ ଭୁବନେଶ୍ୱରରୁ ପୁଣି ଥରେ ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିପାରେ ଦଳ। ଓଡ଼ିଶାର ଦୁଇ ଜଣ ସାଂସଦଙ୍କ ଟିକେଟ୍ କଟିଥିବା ସୂଚନା ମିଳିଛି। ହେଲେ କାହାକୁ କେଉଁଠି ଟିକେଟ୍ ମିଳୁଛି ଓ କାହାର ଟିକେଟ୍ କଟୁଛି, ତାହା ପ୍ରାର୍ଥୀ ଘୋଷଣା ପରେ ସ୍ପଷ୍ଟ ହେବ।

 

Leave A Reply

Your email address will not be published.