ବିଜେଡି ଉପରେ ବିଜେପି ନେତାଙ୍କ ଘନ ଘନ ଆକ୍ରମଣ, ପୁଣି ଉଠିଲା ଲକ୍ଷ୍ମଣାନନ୍ଦ ହତ୍ୟା ପ୍ରସଙ୍ଗ

ଚେନ୍ନାଇ ଠାରୁ ଓଡ଼ିଶାରେ ବିଜୁଳି ମହଙ୍ଗା : ଅପରାଜିତା

0

ଭୁବନେଶ୍ବର : ବିଜୁ ଜନତା ଦଳକୁ ଚତୁର୍ମୁଖୀ ଆକ୍ରମଣ କରିଛନ୍ତି ଓଡ଼ିଶା ବିଜେପିର ପ୍ରମୁଖ ନେତା । ଦଳ ପକ୍ଷରୁ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ବିଜେଡି ନେତା ଭି.କେ.ପାଣ୍ଡିଆନଙ୍କୁ ତୀବ୍ର ସମାଲୋଚନା କରାଯାଇଛି ।
ସୋମବାର ପୂର୍ବାହ୍ଣରେ ବିଜେପି ପକ୍ଷରୁ ଏକ ମେଗା ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ବିଭିନ୍ନ ଆକ୍ଷେପର ଜବାବ ଦିଆଯିବା ସହ କେତେକ ନୂଆ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୨୫ ବର୍ଷ ଶାସନ ପରେ ଓଡ଼ିଶା ଯେଉଁ ସ୍ଥାନକୁ ଯିବା କଥା ସେ ସ୍ଥାନକୁ ଯାଇନି। କମ ସଂଶାଧନ ଥିବା ରାଜ୍ୟ ଓଡ଼ିଶା ଠାରୁ ବେଶ ଆଗରେ। କଂଗ୍ରେସକୁ ଦଶନ୍ଧି ଦଶନ୍ଧି ଧରି ସୁଯୋଗ ଦେଲେ, ବିଜେଡିକୁ ୨୫ ବର୍ଷ ସୁଯୋଗ ଦେଲେ ଏବେ ବିଜେପିକୁ ସୁଯୋଗ ଦିଅନ୍ତୁ। ଓଡ଼ିଶାକୁ ୧ ନମ୍ବର କରି ଦେଖାଇବୁ। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ବିଜେଡିକୁ ହଜମ ହେଲାନି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ପଛାଇଲେ ନାହିଁ ।
ଏହି ଅବସରରେ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବିଜୁ ବାବୁ ୫ଟି ସ୍ଥାନରୁ ନିର୍ବାଚନ ହାରିଥିଲେ। ଗୁମସ୍ତା କହୁଛନ୍ତି, ନିର୍ବାଚନର ହାରିଲେ ସନ୍ନ୍ୟାସ ନେବି। ହାରିବା ଜିତିବା ରାଜନୀତିରେ ସ୍ବାଭାବିକ ପ୍ରକ୍ରିୟା। ଯେଉଁମାନେ ମୁହଁରେ ସୁନା ଚାମଚ ଧରି ଜନ୍ମ ହୋଇ ରାଜନୀତି କରୁଛନ୍ତି, ସେମାନେ କେତେ ଟଙ୍କା ବିଦେଶରେ ଅଛି, କେଉଁ ଜାଗାରେ ରହିବ ତାହାର ଯୋଜନା କରୁଛନ୍ତି। କେତେ ଟଙ୍କା ଆତ୍ମସାତ କରାଗଲା, ଗରିବ ଲୋକଙ୍କ ଟିକସ ପଇସା କେଉଁଥିରେ ଖର୍ଚ୍ଚ କଲ ସେମାନେ ତାହାର ହିସାବ ଦିଅନ୍ତୁ।

ଚେନ୍ନାଇ ଠାରୁ ଓଡ଼ିଶାରେ ବିଜୁଳି ମହଙ୍ଗା : ଅପରାଜିତା
ବିଜେଡ଼ି ପକ୍ଷରୁ କୁହାଯାଉଛି, ଜଗନ୍ନାଥ ପରିକ୍ରମା ପ୍ରକଳ୍ପକୁ କିଛି ବିଜେପି ନେତା ବିରୋଧ କରୁଛି ମୋ ନାଁ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନେଇ ଅଭିଯୋଗ କରୁଛନ୍ତି । ବିଜେପି ବିକାଶର ରାଜନୀତି କରୁଛି । ପ୍ରକଳ୍ପକୁ ନୁହେଁ ପ୍ରକ୍ରିୟାକୁ ବିରୋଧ କରାଗଲା । ରାଜ୍ୟ ସରକାର ବ୍ୟାକଫୁଟକୁ ଗଲେ । ଜଗନ୍ନାଥ ପରିକ୍ରମା ପ୍ରକଳ୍ପ, ୪୨୦୦ ଟଙ୍କାର ବଜେଟ । ଭୂମିପୁତ୍ର ଆର୍କିଟେକଚର କାର୍ୟ୍ୟ ଦିଆଯାଇଥିଲା, ତାର କୌଣସି ଅଭିଜ୍ଞତା ନଥିଲା । ଦକ୍ଷିଣ ଭାରତୀୟ ଭୂମିପୁତ୍ର ଆର୍କିଟେକଚର୍ ସରକାର ଦାୟିତ୍ଵ ମାତ୍ର ସେହି ସଂସ୍ଥାର ୱେବସାଇଟରେ କିଛି ମଧ୍ୟ ସଠିକ୍ ତଥ୍ୟ ନାହିଁ । ରାଜ୍ୟ ସରକାର ଏବଂ ସାନ ବାବୁ ଯିଏକି ବଡ଼ ବାବୁ ହେବାକୁ ବିଫଳ ଚେଷ୍ଟା କରୁଛନ୍ତି, ତାଙ୍କୁ ପ୍ରଶ୍ନ କାହିଁକି ଏଏସଆଇର ୧୯୫୮ ଆକଟରେ ଥିବା ନିୟମକୁ ଉଲଂଘନ କରି ୧୦୦ ମିଟର ପରିଧି ମଧ୍ୟରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ନେଇ କାମ ଆରମ୍ଭ କରି ସଂସ୍ଥାର ୱେବସାଇଟରେ ଭୁଲ ଡିପିଆର ଦେଲେ । ପୁରୀ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି କାହିଁକି ତିଆରି କରାଗଲାନି ଡିପିଆର ରାଜ୍ୟ ସରକାର ବିଜେପିକୁ କାହିଁକି ଧନ୍ୟବାଦ୍ ଦେଲେ ନାହିଁ । ଏମାର ମଠ,ରଘୁନନ୍ଦନ ଲାଇବ୍ରେରୀ, ଗୁରୁ ନାନକ ମଠ, ଭଳି ୭ ଶହ ରୁ ୮ ସହ ବର୍ଷର ପୁରୁଣା ମଠକୁ କାହିଁକି ଭାଙ୍ଗି ଦେଲେ ରାଜ୍ୟ ସରକାର । ଓଡ଼ିଶାର ଅସ୍ମିତକୁ ଏହା କୁଠାରାଘାତ । ବିଗତ ୫ ବର୍ଷ ହେଲାଣି ଶାସନ ବ୍ୟବସ୍ଥ ହଇଯାକ ହୋଇଗଲାଣି । ଇସ୍ତାହାରରେ ୧୦୦ ୟୁନିଟ୍ ପର୍ୟ୍ୟନ୍ତ ବିଜୁଳି ବିଲ ସେମାନେ ନେବେନି । କେଉ ପରିସ୍ଥିତିରେ ଓଡ଼ିଶା ରାଜ୍ୟ ଘରୋଇ କମ୍ପାନୀ ମାଧ୍ୟମରେ ୨. ୫୨ ପଇସା ଚେନ୍ନାଇରେରେ ବିଜୁଳି କିଣୁଛନ୍ତି । ଓଡ଼ିଶା ୟୁନିଟ୍ ପିଛା କଷ୍ଟ ୨. ୮୨ ପଇସା କେଉଁ ପରିସ୍ଥିତିରେ ଅଧିକ ବିଜୁଳି ବିଲ ଦେଉଛନ୍ତି ଲୋକେ ।

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପ୍ରସଙ୍ଗ ଉଠାଇଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ଓଡ଼ିଶାରେ ବିଜେଡି ସରକାରରେ ରହିବାର ଅଧିକାର ନାହିଁ । ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ହେଲା । ସେମାନଙ୍କ ଜମି ହାଡପ ହେଲା, ଧର୍ମାନ୍ତୀକରଣ ପାଇଁ ବିଦେଶୀ ଶକ୍ତିର ସାହାଯ୍ୟ ନିଆଗଲା । ଆଜିର ବିଜେଡି ସାଂସଦ ସସ୍ମିତ ପତ୍ରାଙ୍କ ବାପାଙ୍କ ଭୂମିକା ସନ୍ଦେହ ଘେରରେ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସୁରକ୍ଷା କର୍ମୀଙ୍କୁ କାହିଁକି ଅପସାରଣ କରାଗଲା । ସୁରକ୍ଷା ମାଗିଲେ ପୋଲିସ ତାଙ୍କୁ ଦୂରର୍ବ୍ୟବହାର କଲେ । ଓଡ଼ିଶାରେ ଫ୍ରିଡମ ରିଲିଜିଆନ ଆକ୍ଟ ଅଛି ହେଲେ ଏତେ ବଡ ଘଟଣା ପାଇଁ ଗୃହ ବିଭାଗ ଦାୟୀ । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିଲେ, ସେ କଣ କିଛି ଜାଣି ପାରିଲେନି ? ହିନ୍ଦୁ ସମାଜଙ୍କୁ ନେତୃତ୍ବ ବିହୀନ କରିବ ପାଇଁ ଷଡଯନ୍ତ୍ର ହୋଇଥିଲା । ଏ କଥାର ଜବାବ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡିବ । ଏହାର ପ୍ରଚ୍ଛଦ ପଟରେ ଥିଲେ ନିଜେ ମୁଖ୍ୟମନ୍ତ୍ରୀ, ସାଂପ୍ରଦାୟିକ ଷଡଯନ୍ତ୍ର ରଚିଥିଲେ । ଏହା ସାମ୍ପ୍ରଦାୟିକ ଷଡଯନ୍ତ୍ର । ୩ ଟି କମିଶନ ବସିଲା ତାଙ୍କ ରିପୋର୍ଟ ସାର୍ବଜନୀନ କରନ୍ତୁ ସରକାର । ଏଭଳି ସରକାର ଉଠେଇକି ଫୋପାଡି ଦେବା ଦରକାର ।

 

Leave A Reply

Your email address will not be published.