ଓଡ଼ିଶାରେ ବିଜେଡି ସରକାରଙ୍କୁ ଭାଙ୍ଗିବା ବିଜେପିର ଲକ୍ଷ୍ୟ : ପାଣ୍ଡିଆନ୍

0

ଭୁବନେଶ୍ୱର : ଓଡ଼ିଆ ଭାଷା ଓ ଅସ୍ମିତା ପ୍ରସଙ୍ଗରେ ବିଜେପିକୁ ଜବାବ ଦେଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍। ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ପାଇଁ କେନ୍ଦ୍ର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି କରିନାହାନ୍ତି।

କେନ୍ଦ୍ର ସରକାର ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଟଙ୍କାଟିଏ ବି ଦେଇନାହାନ୍ତି ବୋଲି କାର୍ତ୍ତିକ ପାଣ୍ଡିଆନ ଗୋପାଳପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ବିଜେପିର ଓଡ଼ିଶାରୁ ୮ ଜଣ ସାଂସଦ ଯାଇଛନ୍ତି, କିନ୍ତୁ ସେମାନେ ସମ୍ପୂର୍ଣ୍ଣ ଚୁପ୍ ବସିଥିବା ବେଳେ କେନ୍ଦ୍ର ସରକାର ଓଡ଼ିଆ ଭାଷା ପାଇଁ ନୁହେଁ, ଅନ୍ୟ ଭାଷାର ପ୍ରଚାର ପାଇଁ ଅର୍ଥ ଯୋଗାଉଛନ୍ତି । କେବଳ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଓଡ଼ିଆ ଭାଷା ପ୍ରତି ତାଙ୍କର ଭଲପାଇବା ଦେଖାଇ ଅସ୍ମିତାଙ୍କ ବିଷୟରେ କହୁଛନ୍ତି।

ବିଜେପି ୫୦ରୁ ୬୦ଟି ଆସନରେ ବିଜୟୀ ହୋଇ ରାଜ୍ୟରେ ବିଜେଡି ସରକାର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ସରକାର ଭାଙ୍ଗିବା ସେମାନଙ୍କ ଲକ୍ଷ୍ୟ। ବିଜେପିର ଇସ୍ତାହାର ଓଡ଼ିଶାକୁ ୨୫ ବର୍ଷ ପଛକୁ ନେଇଯିବ ବୋଲି ସେ କହିଛନ୍ତି। ଡବଲ ଇଞ୍ଜିନ ସରକାର ଥିବା ଅନ୍ୟ ରାଜ୍ୟକୁ ସେମାନେ ଅନେକ ବର୍ଷ ପୂର୍ବରୁ ନେଇ ସାରିଛନ୍ତି। ଓଡ଼ିଶାରେ ବିଜେପି ସରକାର ହେଲେ ହାଇକମାଣ୍ଡ ସଂସ୍କୃତି ଆରମ୍ଭ ହୋଇଯିବ ।

ସେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଟକାଇବାକୁ ଚେଷ୍ଟା କରିଥିଲେ।

Leave A Reply

Your email address will not be published.