ଫେବ୍ରୁଆରୀ ୮ ପର୍ଯ୍ୟନ୍ତ ବଢିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡ ନିମନ୍ତେ ଆବେଦନର ଶେଷ ତାରିଖ

0

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଲୋକପ୍ରିୟ ସ୍ବାସ୍ଥ୍ୟ ବୀମା ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ନବୀନ କାର୍ଡ ଆବେଦନ ପାଇଁ ଶେଷ ତାରିଖକୁ ବୃଦ୍ଧି କରାଯାଇଛି । ଏହାକୁ ଆସନ୍ତା ଫେବ୍ରୁଆରୀ ୮ତାରିଖ ଯାଏଁ ବୃଦ୍ଧି କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଥମ ଥର ଆବେଦନ ଅବଧୀ ବଢ଼ିଲା ପରେ ଜାନୁଆରୀ ୨୬ରେ ଏହାର ଅବଧି ସରିଥିଲା।

ଏହି ଯୋଜନାରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ପଞ୍ଚାୟତସ୍ତରରେ ଏହାକୁ ତ୍ବରାନ୍ବିତ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମତୀ ପଣ୍ଡିତ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରରେ ଲୋକଙ୍କୁ ଏସଂପର୍କରେ ସଚେତନ କରିବାକୁ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର ସଂପ୍ରସାରଣ ଆରମ୍ଭ କରିଛନ୍ତି। ସରକାରୀ କର୍ମଚାରୀ ଓ କରଦାତାଙ୍କ ବ୍ୟତୀତ ଗ୍ରାମାଞ୍ଚଳର ଯେଉଁ ବ୍ୟକ୍ତିମାନେ ବିଏସ୍‌କେୱାଇ କାର୍ଡରେ ପଞ୍ଜୀକରଣ ହୋଇପାରିନାହାନ୍ତି ସେମାନଙ୍କ ପାଇଁ ବିଏସ୍‌କେୱାଇ-ନବୀନ କାର୍ଡର ଶୁଭାରମ୍ଭ ‌କରିଛନ୍ତି। ଏହିଭିତ୍ତିରେ ଚଳିତମାସ ୬ ତାରିଖରୁ ଏହି କାର୍ଡର ପଞ୍ଜୀକରଣ ଆରମ୍ଭ ହୋଇଥିଲା। ପଞ୍ଚାୟତସ୍ତରରେ ୧୬ ତାରିଖ ପର୍ଯ୍ୟନ୍ତ ଏହାର ପଞ୍ଜୀକରଣ ଜାରି ରହିଥିଲା। କିନ୍ତୁ ପରେ ଜାନୁଆରି ୨୬ ଯାଏଁ ଅବଧୀ ବଢ଼ାଯାଇଥିଲା।

Leave A Reply

Your email address will not be published.