ଉତ୍କଣ୍ଠାରେ ୧୪୦ କୋଟି ଭାରତୀୟ : ଚନ୍ଦ୍ରଯାନ-୩ର ନିରାପଦ ଅବତରଣକୁ ଅପେକ୍ଷା

0

ଭୁବନେଶ୍ବର- ବିଶ୍ବର ଏକ ମହାକାଶ ସୁପର-ପାଓ୍ବାରରେ ପରିଣତ ହେବାର ଦ୍ବାରଦେଶରେ ପହଞ୍ଚିଛି ଭାରତ । ବୁଧବାର ସଂଧ୍ୟା ୬ଟା ୪ ମିନିଟ ସମୟରେ ଯେତେବେଳେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲାଣ୍ଡିଂ ବା ନିରାପଦ ଅବତରଣ କରିବ ସେତେବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ କେବଳ ଭାରତ ପାଇଁ ନୁହେଁ, ,ସମଗ୍ର ବିଶ୍ବର ମହାକାଶ ଗବେଷଣା କ୍ଷେତ୍ରରେ ଏକ ଇତିହାସ ସୃଷ୍ଟି କରିବ । ଏଣୁ ଏହି କ୍ଷଣକୁ ୧୪୦ କୋଟି ଭାରତୀୟଙ୍କ ସମେତ ସମଗ୍ର ବିଶ୍ବର ବୈଜ୍ଞାନିକ ସମୁଦାୟ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।
ଏ ସଂପର୍କରେ ଇସ୍ରୋ ପକ୍ଷରୁ ଏକ ଟୁଇଟ୍ କରି କୁହାଯାଇଛି “ମିଶନ ଠିକ୍ ସମୟରେ ଚାଲିଛି । ସିଷ୍ଟମଗୁଡିକର ନିୟମିତ ଯାଞ୍ଚ କରାଯାଉଛି ଓ ଏହି ଚନ୍ଦ୍ରଯାନର ଯାତ୍ରା ଧୀରେ ଧୀରେ ଆଗଉଛି । ମିଶନ ଅପରେସନ୍ କମ୍ପ୍ଲେକ୍ସ (ଏମଓଏକ୍ସ) ଶକ୍ତି ଏବଂ ଉତ୍ସାହରେ ପରିପୂର୍ଣ୍ଣ!”
କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଐତିହାସିକ ଅବତରଣ ପୂର୍ବରୁ ଚନ୍ଦ୍ରଯାନ-୩କୁ ଅଭିଯାନର ଶେଷ ୧୫ ମିନିଟ୍ ସମଗ୍ର ମିସନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ । କାରଣ ସଫ୍ଟ ଲାଣ୍ଡିଂ ପାଇଁ ଶେଷ ୧୫ରୁ ୨୦ ମିନିଟ ହିଁ ସବୁଠାରୁ ଜଟିଳ ଓ ଚ୍ୟାଲେଞ୍ଜି ଥାଏ ।

ପ୍ରାୟ ୬.୮ କିଲୋମିଟର ଉଚ୍ଚତାରେ ପହଞ୍ଚିବା ପରେ ଚନ୍ଦ୍ରଯାନର କେବଳ ଦୁଇଟି ଇଞ୍ଜିନ ବ୍ୟବହାର କରାଯିବ। ବାକି ଦୁଇଟି ବନ୍ଦ ରହିବ। ପ୍ରାୟ ୧୫୦-୧୦୦ ମିଟର ଉଚ୍ଚତାରେ ପହଞ୍ଚିବା ପରେ ଲ୍ୟାଣ୍ଡର ଏହାର ସେନ୍ସର ଓ କ୍ୟାମେରା ବ୍ୟବହାର କରି ଭୂପୃଷ୍ଠକୁ ସ୍କାନ୍ କରିବ। ଯାହାଦ୍ୱାରା କୌଣସି ପ୍ରତିବନ୍ଧକ ନାହିଁ କି ନାହିଁ ତାହା ଯାଞ୍ଚ କରାଯାଇପାରିବ ଏବଂ ତା’ପରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବା ପାଇଁ ଓହ୍ଲାଇବା ଆରମ୍ଭ କରିବ ।

Leave A Reply

Your email address will not be published.