କଂଗ୍ରେସର ପ୍ରଥମ ଦଫା ପ୍ରାର୍ଥୀ ତାଲିକାରେ ୩୯ ଜଣଙ୍କ ନାମ, ୱାୟନାଡରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧି

0

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୩୯ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ରାହୁଲ ଗାନ୍ଧିଙ୍କ ସହ ଭୂପେଶ ବାଘେଲ ଓ ଶଶି ଥରୁରଙ୍କ ନାମ ମଧ୍ୟ ବଡ଼ ବଡ଼ ନାମରେ ସାମିଲ ହୋଇଛି। ବିଜେପି ୧୯୫ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିବାର ସପ୍ତାହକ ମଧ୍ୟରେ ଏହି ତାଲିକା ଘୋଷଣା କରାଯାଇଛି। ତେବେ ଏହି ତାଲିକାରେ ମୁଖ୍ୟତଃ ଦକ୍ଷିଣ ଭାରତ ଓ ଉତ୍ତର-ପୂର୍ବ ରାଜ୍ୟର ଆସନପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ଏହି ତାଲିକାରୁ ସ୍ପଷ୍ଟ ହେଉଛି ଯେ ରାହୁଲ ଗାନ୍ଧି ୱାୟନାଡରୁ ନିର୍ବାଚନ ଲଢ଼ିବେ। ଯଦିଓ ୨୦୧୯ ଭଳି ସେ ଆମେଥିରୁ ନିର୍ବାଚନ ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଶଶି ଥରୁର ତିରୁବନନ୍ତପୁରମରୁ ନିର୍ବାଚନ ଲଢ଼ିବେ। ଏହି ଆସନରୁ ସେ ଲଗାତାର ତିନି ଥର ସାଂସଦ ରହିଛନ୍ତି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଦଳ ରାଜନାନ୍ଦଗାଓଁରୁ ପ୍ରାର୍ଥୀ କରିଛି।

କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ କେରଳର ଆଲାପୁଜାରୁ ପ୍ରାର୍ଥୀ କରାଯାଇଛି। ୨୦୦୯ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଛି। ଡିକେ ସୁରେଶ ବେଙ୍ଗାଲୁରୁ ଗ୍ରାମୀଣରୁ ନିର୍ବାଚନ ଲଢ଼ିବେ।

Leave A Reply

Your email address will not be published.