ତୃତୀୟ ପର୍ଯ୍ୟାୟରେ ୨୮% ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି : ଏଡିଆର୍ ରିପୋର୍ଟ

0

ଭୁବନେଶ୍ୱର : ଓଡ଼ିଶାରେ ଆଗାମୀ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ ଜଣ (୨୮%) ନିଜ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି ବୋଲି ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ପ୍ରାର୍ଥୀଙ୍କ ପକ୍ଷରୁ ଦାଖଲ ସତ୍ୟପାଠ ଆଧାରରେ ବିଶ୍ଳେଷଣ କରି ଏସବୁ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଓଡ଼ିଶାରେ ଆଗାମୀ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଭୁବନେଶ୍ୱର, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଓ ସମ୍ବଲପୁର ଆଦି ୬ଟି ନିର୍ବାଚନ ମଣ୍ଡଳୀରେ ପାଇଁ ଏହି ପର୍ଯ୍ୟାୟରେ ମତଦାନ ହେବ ।

ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୩ ଜଣ (୨୦%) ନାମରେ ଗୁରୁତର ଅପରାଧିକ ମାମଲା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହାବ୍ୟତୀତ ଜଣେ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ମାମଲା (ଆଇପିସି ଧାରା ୩୦୨) ଥିବା ବେଳେ ୪ ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ଉଦ୍ୟମ (ଆଇପିସି ଧାରା ୩୦୭) ଅଭିଯୋଗ ରହିଛି। ଏହାବ୍ୟତୀତ ୪ ଜଣ ପ୍ରାର୍ଥୀ ମହିଳାଙ୍କ ବିରୋଧରେ ଅପରାଧ ସଂକ୍ରାନ୍ତ ମାମଲା ଘୋଷଣା କରିଛନ୍ତି।

ମେ’ ୨୦ ତାରିଖରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୮୭ ଜଣ ବା ୩୩ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେଥିମଧ୍ୟରୁ ୭୦ ରୁ ୨୬% ଲୋକଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି।

Leave A Reply

Your email address will not be published.