ଦୁର୍ଘଟଣା ପରେ ସେନାର ବଡ଼ ନିଷ୍ପତ୍ତି : ଧ୍ରୁବ ହେଲିକପ୍ଟର ଉଡ଼ାଣ ଉପରେ କଟକଣା

0

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କିସ୍ତୱାରରେ ଗୁରୁବାର ଏଏଲ୍ଏଚ୍ ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ପ୍ରତିରକ୍ଷା ବିଭାଗ ସେନାର ସମସ୍ତ ସ୍ଥାନରେ ଏହାର ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି । ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର ଗୁରୁବାର କିସ୍ତୱାରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଦୁଇ ଜଣ ପାଇଲଟ ଏବଂ ଜଣେ ଟେକ୍ନିସିଆନ ଗୁରୁତର ଆହତ ହୋଇଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରାଯାଇ ଉଧମପୁରର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରତିରକ୍ଷା ବିଭାଗ ଧ୍ରୁବ ହେଲିକପ୍ଟର ଉଡ଼ାଣ ଉପରେ ସାମୟିକ ଭାବେ ପ୍ରତିବନ୍ଧକ ଲଗାଇଛି ।

ଭାରତୀୟ ସେନାର ଉତ୍ତର କମାଣ୍ଡ ମୁଖ୍ୟାଳୟ ଏକ ବିବୃତିରେ କହିଛି ଯେ ବୈଷୟିକ ତ୍ରୁଟି ଯୋଗୁଁ ଜମ୍ମୁ-କଶ୍ମୀରର କିସ୍ତୱାର ଅଞ୍ଚଳର ମାରୁଆ ନଦୀ କୂଳରେ ଆର୍ମି ଏଭିଏସନ୍ କର୍ପସ ହେଲିକପ୍ଟର ସତର୍କତାମୂଳକ ଅବତରଣ କରିଛି| ଦୁର୍ଗମ ଅଞ୍ଚଳ, ଅଳ୍ପ ବୃଦ୍ଧି ଏବଂ ଅବତରଣ କ୍ଷେତ୍ର ର ପ୍ରସ୍ତୁତି ଅଭାବରୁ  ହେଲିକପ୍ଟରଟି ସ୍ପଷ୍ଟ ଭାବେ ଅବତରଣ କରିବା କଷ୍ଟକର ହୋଇପଡ଼ିଥିଲା ।

Leave A Reply

Your email address will not be published.