ଓଡ଼ିଶାରେ ନବୀନ ଯୁଗର ଅନ୍ତ

0

ଭୁବନେଶ୍ବର:  ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଆଜି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଦିନ ୧୧ଟା ୩୫ ମିନିଟ ସମୟରେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ  ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହା ସହିତ ଓଡ଼ିଶାରେ ନବୀନ ଯୁଗର ଅବସାନ ହୋଇଛି ଓ ବିଜେପି ଯୁଗର ଅୟମାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କଣ୍ଟାବାଞ୍ଜିରେ ହାରିଯାଇଛନ୍ତି ଓ ହିଞ୍ଜିଳିରେ ଅଳ୍ପ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହା କେବଳ ବିଜେଡି ନୁହେଁ, ନବୀନଙ୍କ ବିରୋଧରେ ଜନାଦେଶ ଥିଲା ।

ଅନ୍ୟପକ୍ଷରେ ଆସନ୍ତା 10 ତାରିଖରେ ବିଜେପି ସରକାର ଗଠନ କରିବାର ସମ୍ଭାବନା ରହିଛି । ଜୁନ 10ରେ ଜଣେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ଘୋଷଣା କରିସାରିଛନ୍ତି । ଏଣୁ ଏହି ତାରିଖରେ ହିଁ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ବିଧାନସଭା ନିର୍ବାଚନରେ ବିଜେପିକୁ 78ଟି ଆସନ ମିଳିଥିବାବେଳେ ବିଜେଡିକୁ 51ଟି ଆସନ ମିଳିଛି ଓ କଂଗ୍ରେସକୁ 14ଟି ଆସନ ମିଳିଛି । ଅନ୍ୟମାନେ 4ଟି ଆସନ ଜିତିଛନ୍ତି ।

 

Leave A Reply

Your email address will not be published.