FACT CHECK : ରାହୁଲ ଗାନ୍ଧି କ’ଣ ସତରେ କୁକୁର ପାଇଁ ଉଦ୍ଦିଷ୍ଟ ବିସ୍କୁଟ କଂଗ୍ରେସ କର୍ମୀଙ୍କୁ ଦେଇଥିଲେ ?

0

ଭୁବନେଶ୍ବର : ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧି ଜଣ କଂଗ୍ରେସ କର୍ମୀଙ୍କୁ କୁକୁର ପ୍ଲେଟରୁ ଉଠାଇ ବିସ୍କୁଟ ଦେଇଥିଲେ ବୋଲି ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି। ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଏଭଳି ଦାବି କରିଛନ୍ତି। ଅମିତ ମାଲବ୍ୟ ଭିଡିଓରେ ଲେଖିଛନ୍ତି, କିଛି ଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ଖଡଗେ ଜୀ ଦଳର ବୁଥ୍ ଏଜେଣ୍ଟମାନଙ୍କୁ କୁକୁର ସହ ତୁଳନା କରିଥିଲେ ଏବଂ ଏଠାରେ ରାହୁଲ ଗାନ୍ଧି ନିଜେ ଏକ କୁକୁରକୁ ବିସ୍କୁଟ୍ ଖୁଆଇଛନ୍ତି ଏବଂ ଯେତେବେଳେ କୁକୁର ଖାଇନଥିଲା, ସେତେବେଳେ ସେ ସେହି ବିସ୍କୁଟ କର୍ମୀଙ୍କୁ ଦେଇଥିଲେ। ଯଦି ସଭାପତି ଓ ରାଜକୁମାର ନିଜ ଦଳୀୟ କର୍ମୀଙ୍କୁ କୁକୁର ଭଳି ବ୍ୟବହାର କରନ୍ତି, ତେବେ ଏଭଳି ଦଳ ଅଦୃଶ୍ୟ ହେବା ସ୍ୱାଭାବିକ।

ବିଜେପି ନେତ୍ରୀ ପଲ୍ଲବୀ ସିଟି ମଧ୍ୟ ଏହି ଭିଡିଓକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡିଆରେ ସେୟାର କରିଥିବା ଏକ ପୋଷ୍ଟରେ ସେ ଲେଖିଛନ୍ତି, “ଏବେ ରାଜକୁମାର ଜଣେ ଦଳୀୟ କର୍ମୀଙ୍କୁ କୁକୁର ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିବା ବିସ୍କୁଟ୍ ଦେଇଥିଲେ। ସେମାନେ ଦଳୀୟ କର୍ମୀ, ସମର୍ଥକ ଓ ଭୋଟରଙ୍କୁ ବହୁତ ସମ୍ମାନ ଦିଅନ୍ତି। ପଲ୍ଲବୀ ସିଟି ମଧ୍ୟ ସେହି ଦିନକୁ ମନେ ପକାଇଲେ ଯେତେବେଳେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ରାହୁଲ ଗାନ୍ଧି ସେହି ପ୍ଲେଟରେ ବିସ୍କୁଟ ଦେଇଥିଲେ ଯେଉଁଥିରେ ତାଙ୍କ ପୋଷା କୁକୁର ଖାଉଥିଲା । ପଲ୍ଲବୀଙ୍କ ପୋଷ୍ଟରେ ପ୍ରତିକ୍ରିୟା ରଖି ଆସାମ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ବରଂ ସମଗ୍ର ଗାନ୍ଧୀ ପରିବାର ମୋତେ ସେହି ବିସ୍କୁଟ ଖାଇବାକୁ ଦେଇ ପାରିନଥିଲେ। ମୁଁ ଜଣେ ଗର୍ବିତ ଆସାମୀ ଏବଂ ଭାରତୀୟ । ବିସ୍କୁଟ ଖାଇବାକୁ ମନା କରି କଂଗ୍ରେସରୁ ଇସ୍ତଫା ଦେଇଥିଲି। ‘

 

FACT CHECK : ରାହୁଲ କଣ ସତରେ କୁକୁର ପାଇଁ ଉଦ୍ଦିଷ୍ଟ ବିସ୍କୁଟ କଂଗ୍ରେସ କର୍ମୀଙ୍କୁ ଦେଇଥିଲେ ?

ଭିଡିଓରେ ଦେଖାଯାଉଛି ଯେ ରାହୁଲ ଗାନ୍ଧି ଏକ କୁକୁରକୁ ବିସ୍କୁଟ ଖାଇବାକୁ ଦେଉଛନ୍ତି । କିନ୍ତୁ କୁକୁରଟି ଖାଇବାକୁ ଆଗ୍ରହ ନ ଦେଖାଇବାରୁ ସେ ତାହାକୁ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କୁ ଦେଉଛନ୍ତି । ସେ ମଧ୍ୟ ଉକ୍ତ ବିସ୍କୁଟକୁ ଉକ୍ତ କୁକୁରକୁ ଖୁଆଇବାକୁ ଉଦ୍ୟମ କରୁଛନ୍ତି । ଏଣୁ ଏହି ଭିଡିଓକୁ ଦେଖି କୁହାଯାଇପାରିବ ନାହିଁ ଯେ ରାହୁଲ ଉକ୍ତ ବ୍ୟକ୍ତିଙ୍କୁ ବିସ୍କୁଟ ଖାଇବାକୁ ଦେଇଥିଲେ, ବରଂ କୁକୁରକୁ ଖୁଆଇବାକୁ ସେ ଉକ୍ତ ବ୍ୟକ୍ତିଙ୍କୁ ବିସ୍କୁଟ ଧରାଇଥିବା ଅଧିକ ମନେ ହେଉଛି । ସୋସିଆଲ ମିଡିଆରେ ବି ୟୁଜରମାନେ ମତ ଦେଇଛନ୍ତି ଯେ ରାହୁଲ କୁକୁରକୁ ଖୁଆଇବାକୁ ବିସ୍କୁଟ ସେହି ବ୍ୟକ୍ତିଙ୍କୁ ଧରାଇଥିଲେ । ଏଣୁ ବିଜେପିର ଅଭିଯୋଗରେ ସତ୍ୟତା ନାହିଁ ।

 

Leave A Reply

Your email address will not be published.