କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳ

0

ଭୁବନେଶ୍ବର : କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପୁତ୍ର ଚିରଞ୍ଜିବୀ ବିଶ୍ବାଳ । ସେ ନିଜର ଇସ୍ତଫା ପତ୍ରକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି । ସେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା କରାଯାଉଛି । ସେ 2014ରୁ 2019 ପର୍ଯ୍ୟନ୍ତ ତିର୍ତୋଲ ବିଧାୟକ ଥିଲେ ।

ଗତ କିଛି ମାସ ଧରି ସେ ଦଳୀୟ କାର୍ଯ୍ୟକ୍ରମଠାରୁ ଦୂରେଇ ରହୁଥିଲେ । ଏଥିରୁ ଅନୁମାନ କରାଯାଉଥିଲା ଯେ ସେ କଂଗ୍ରେସ ଛାଡ଼ିପାରନ୍ତି । ଗତ ବର୍ଷ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିଲା । କିନ୍ତୁ କିଛି ମାସ ପରେ ତାହାକୁ ପ୍ରତ୍ୟାହାର କରିନିଆଯାଇଥିଲା ।

 

Leave A Reply

Your email address will not be published.