ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ

0

ଭୁବନେଶ୍ବର : ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ତିର୍ତୋଲ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଆଜି ( 21 ମାର୍ଚ୍ଚ) ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ସହିତ ତାଙ୍କ ସମର୍ଥକମାନେ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି ।

ଚିରଞ୍ଜୀବ ବିଶ୍ବାଳ ବିଜେଡିରେ ମିଶିବା ପରେ କେଉଁଠୁ ଟିକେଟ ନେଇ ନିର୍ବାଚନ ଲଢ଼ିବେ ତାହାକୁ ନେଇ ସାରା ଜିଲ୍ଲାରେ ଏବେ ଚର୍ଚ୍ଚା ଲାଗିରହିଛି। ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ଳଢ଼ିବା ଏକପ୍ରକାର ନିଶ୍ଚିତ ବୋଲି ତାଙ୍କର ସମର୍ଥକ ଅବଶ୍ୟ କହୁଛନ୍ତି। ଦୀର୍ଘ ବର୍ଷ ଧରି କଂଗ୍ରେସ ପରିବାର ସହ ସମ୍ପର୍କ ତୁଟାଇବାର ପ୍ରକୃତ କାରଣ କେହି କହୁ ନ ଥିଲେ ବି ତାଙ୍କୁ ଦଳରୁ ନିଲମ୍ବିତ କରାଯିବା ଘଟଣାକୁ ନେଇ ସେ ଅପମାନ ବୋଧ କରିଥିଲେ। ଯଦିଓ ଦଳ ତାଙ୍କର ନିଲମ୍ବନ କିଛି ମାସ ପୂର୍ବରୁ ଉଠାଇ ଦେଇଥିଲା, ସେ କିନ୍ତୁ ଆଉ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ନଥିଲେ।

Leave A Reply

Your email address will not be published.