ବିଜେପି-ବିଜେଡି ମଧ୍ୟରେ ଫ୍ରେଣ୍ଡଲି ବକ୍ସିଂ ମ୍ୟାଚ ଚାଲିଛି : ଜୟରାମ ରମେଶ

0

ଭୁବନେଶ୍ବର – ଓଡ଼ିଶା ଗସ୍ତରେ ଥିବା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଉଭୟ ବିଜେପି ଓ ବିଜେଡ଼ି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଚଳିତ ନିର୍ବାଚନ ଦୁଇଟି ପକ୍ଷ ମଧ୍ୟରେ ହେଉଛି ଗୋଟିଏ ହେଉଛି ବିଜେପି-ବିଜେଡି ଓ ଅନ୍ୟଟି ହେଉଛି କଂଗ୍ରେସ । ଅର୍ଥାତ ବିଜେପି ଓ ବିଜେଡି ମଧ୍ୟରେ କୌଣସି ଫରକ ନାହିଁ ଓ ଉଭୟ ଗୋଟିଏ ମୁଦ୍ରାର ଦୁଇ ପାଖ ।

କେନ୍ଦ୍ରରେ ବିଜେପିର 10 ବର୍ଷର ଶାସନ କାଳରେ ମୋଦୀ ସରକାର କେତେକ କୃଷକ ବିରୋଧୀ, ଆଦିବାସୀ ବିରୋଧୀ ବିଲ୍ ସଂସଦରେ ଆଗତ କରିଛି । ସବୁ ବିଲକୁ ପାସ କରିବାରେ ବିଜେଡି ସବୁବେଳେ ବିଜେପିକୁ ସମର୍ଥନ କରିଆସିଛି । ଏଣୁ ଉଭୟ ଦଳ ମଧ୍ୟରେ ମେଣ୍ଟ ରହିଛି । ଏବେ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗାଳି ଦେଉଛନ୍ତି ଓ ତାହାର ଜବାବରେ ମୁଖ୍ୟମନ୍ତ୍ରୀ ଭିଡିଓ ଜାରି କରୁଛନ୍ତି । କିନ୍ତୁ ଏସବୁ କେବଳ ଲୋକଦେଖାଣିଆ, ପ୍ରକୃତରେ ଉଭୟଙ୍କ ମଧ୍ୟରେ ଫ୍ରେଣ୍ଡଲି ବକ୍ସିଂ ମ୍ୟାଚ ଚାଲିଛି ।

ଏଣୁ ବିଜେପିକୁ ଭୋଟ ଦେବା ଅର୍ଥ ହେଉଛି ବିଜେଡିକୁ ଭୋଟ ଦେବା ଓ ବିଜେଡିକୁ ଭୋଟ ଦେବା ଅର୍ଥ ହେଉଛି ବିଜେପିକୁ ଭୋଟ ଦେବା । ଉଭୟଙ୍କ ମଧ୍ୟରେ କୌଣସି ଫରକ ନାହିଁ । ଏଣୁ ଲୋକଙ୍କ ପାଖରେ ଏବେ ଦୁଇଟି ବିକଳ୍ପ ରହିଛି ଓ ତାହା ହେଉଛି କଂଗ୍ରେସ କିମ୍ବା ବିଜେପି-ବିଜେଡି ।

ସେ ଆହୁରି ମଧ୍ୟ କହିଥିଲେ ଯେ କଂଗ୍ରେସ ସରକାର ଥିବାବେଳେ ଓଡ଼ିଶା ସମେତ 6ଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଥିଲା । କିନ୍ତୁ ମୋଦୀ ସରକାର ଆସିବା ପରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ଟଙ୍କାଟିଏ ବି ଅନୁଦାନ ଦେଇନାହାନ୍ତି ।

Leave A Reply

Your email address will not be published.