କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ଗଣେଶ୍ବର ବେହେରା, ବିଜେଡିରେ ଯୋଗଦେଇପାରନ୍ତି

0

ଭୁବନ‌େଶ୍ବର: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇଛନ୍ତି। ସେ ବିଜେଡ଼ିରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

ଗଣେଶ୍ୱର ବେହେରାଙ୍କର କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଭଲ ପ୍ରଭାବ ରହିଛି। ସେ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଗତ ୩ଟି ନିର୍ବାଚନରେ ପରାସ୍ତ ହେଲେଣି ସତ, କିନ୍ତୁ ତାଙ୍କର ପରାଜୟ ବ୍ୟବଧାନ ୭ରୁ ୧୦ ହଜାର ଭିତରେ ସୀମିତ ରହିଛି। ଏଣୁ ତାଙ୍କର ନିଜସ୍ବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେଡି ଉଦ୍ୟମ କରିପାରେ ।

ପ୍ରାୟ ବର୍ଷେ ହେଲା ସେ ବିଜେଡି ସହ ଯୋଗାଯୋଗରେ ଥିବା କୁହାଯାଉଛି। ସେ ବିଜେଡି‌ରେ ବି ଯୋଗ ଦେବେ ବୋଲି ସୂଚନା ରହିଛି। ଏଥର ବିଜେଡି ତାଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ କରିବ ବୋଲି କୁହାଯାଉଛି।  ଗଣେଶ୍ବରଙ୍କୁ ଯଦି ବିଜେଡି ଦଳରେ ସାମିଲ କରିବାରେ ସଫଳ ହୁଏ, ତେବେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର କଂଗ୍ରେସ ଭୋଟ ହୁଏତ ବିଜେଡି ପଟକୁ ଚାଲି ଆସିବ ବୋଲି ନେତୃବୃନ୍ଦ ଆକଳନ କରୁଛନ୍ତି।

Leave A Reply

Your email address will not be published.