ଓଟିଇଟି ପାସ କରିନଥିବା ଗଣ ଶିକ୍ଷକଙ୍କ ଦରମା ବଢାଇଲେ ଓଡ଼ିଶା ସରକାର

0

ଭୁବନେଶ୍ୱର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାସ୍ କରିନଥିବା ଗଣ ଶିକ୍ଷକଙ୍କ ଦରମା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ସେମାନଙ୍କ ଦରମା ୭ ହଜାରଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ୧୧୨୧ ଜଣ ଗଣ ଶିକ୍ଷକ ଉପକୃତ ହେବେ।

ସେପଟେ ଓଟିଇଟି ପାସ୍ କରିଥିବା ଗଣ ଶିକ୍ଷକମାନଙ୍କୁ ମେଡ୍ ଟିଚର୍ସ (ଏକ୍ସ କ୍ୟାଡର) ଭାବେ ସ୍ଥାୟୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ବାରା ୧୪୭୨ ଜଣ ଗଣ ଶିକ୍ଷକ ଉପକୃତ ହେବେ। ଏତଦ୍ ବ୍ୟତୀତ ଓଟିଇଟି ପାସ୍ କରିଥିବା ସହକାରୀ ଶିକ୍ଷକ (ପୂର୍ବତନ କ୍ୟାଡର) ଯେଉଁମାନେ ବାର୍ଷିକ ଦରମା ବୃଦ୍ଧି ପାଉନାହାନ୍ତି ସେମାନଙ୍କୁ ପ୍ରତିବର୍ଷ ଦରମା ବୃଦ୍ଧି ମିଳିବ। ଏହାଦ୍ୱାରା ଏଭଳି ୯୫୨୦ ଜଣ ଶିକ୍ଷକ ଉପକୃତ ହେବେ।

5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଗସ୍ତ କାଳରେ ଗଣଶିକ୍ଷକମାନେ ଏ ନେଇ ପୂର୍ବରୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତାହାକୁ ରାଜ୍ୟ ସରକାର ମଂଜୁର କରିଛନ୍ତି ।

Leave A Reply

Your email address will not be published.