ଗୁରୁବାର ନାମାଙ୍କନ ଦାଖଲ କରିବେ ହେଭିଓ୍ବେଟ୍ ନେତା

0

ଭୁବନେଶ୍ବର : ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ବିଭିନ୍ନ ହେଭିୱେଟ୍ ନେତା ନାମାଙ୍କନ ଦାଖଲ କରିବେ। ପ୍ରଥମତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ଏହା ପୂର୍ବରୁ ସେ ହିଞ୍ଜିଳିରୁ  ବି ନିଜର ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ସେହିପରି ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ନାମାଙ୍କନ ଦାଖଲ କରିବେ । ଅପରାଜିତା ଏକ ବିରାଟ ପଟୁଆରରେ ବରମୁଣ୍ଡା ପଡ଼ିଆରୁ ବାହାରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ।

 

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ । ମା ସମଲେଶ୍ବରୀଙ୍କ ଦର୍ଶନ କରିବା ପରେ ନାମାଙ୍କନ ପତ୍ର ଦାଖଲ କରିବାକୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ। ପୁରୀ ଲୋକସଭା ଆସନରୁ ଅରୁପ ପଟ୍ଟନାୟକ ମଧ୍ୟ ଗୁରୁବାର ପୁରୀ ଜିଲ୍ଲାପାଳଙ୍କ ଅଫିସରେ ପତ୍ର ଦାଖଲ କରିବେ। ସେହିପରି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ବି ପ୍ରାର୍ଥୀପତ୍ର ଦାଖଲ କରିବେ ।

 

Leave A Reply

Your email address will not be published.