ଇସ୍ରାଏଲ ଉପରେ ଇରାନ ଆକ୍ରମଣକୁ ନେଇ ଗଭୀର ଉଦବେଗ ପ୍ରକାଶ କଲା ଭାରତ

0

ନୂଆଦିଲ୍ଲୀ: ଇସ୍ରାଏଲ ବିରୋଧରେ ଇରାନର ପ୍ରଥମ ସିଧାସଳଖ ସାମରିକ ଆକ୍ରମଣ ପରେ ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ନେଇ ଭାରତ ଗଭୀର ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ଉତ୍ତେଜନା ହ୍ରାସ କରିବାକୁ ଅନୁରୋଧ କରିଛି।

ଇସ୍ରାଏଲ ସେନାର ଘୋଷଣା କରିଥିବା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଇରାନ ଇସ୍ରାଏଲ ଉପରେ ୨୦୦ରୁ ଅଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ନିକ୍ଷେପ ଆକ୍ରମଣ କରିଥିଲା। ଏହା ଦ୍ୱାରା ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ପରୋକ୍ଷ ସଂଘର୍ଷ ଏବେ ପ୍ରତ୍ୟକ୍ଷ ସଂଘର୍ଷରେ ପରିଣତ ହୋଇଛି ।  ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଥିବା ଏକ ବିବୃତିରେ କହିଛି ଯେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଉଥିବାରୁ ଆମେ ଗମ୍ଭୀର ଭାବରେ ଚିନ୍ତିତ ଅଛୁ ଯାହା ଏହି ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି।

ତୁରନ୍ତ ଉତ୍ତେଜନା ହ୍ରାସ, ସଂଯମତା ଅବଲମ୍ବନ, ହିଂସାରୁ ଓହରି କୂଟନୀତି ମାର୍ଗକୁ ଫେରିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଆହ୍ୱାନ ଦେଇଛି । ଏହି ଅଞ୍ଚଳରେ ଥିବା ଆମ ଦୂତାବାସ ଗୁଡ଼ିକ ଭାରତୀୟ ସମୁଦାୟ ସହ ଘନିଷ୍ଠ ଯୋଗାଯୋଗରେ ଅଛନ୍ତି।

Leave A Reply

Your email address will not be published.