ଆଉ ୩ ବର୍ଷ ପାଇଁ ବଢିଲା କାଳିଆ ଯୋଜନାର ଅବଧି

0

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ଏହି କ୍ରମରେ ରାଜ୍ୟ ସରକାର କାଳିଆ ଯୋଜନାର ଅବଧିକୁ ଆଉ ୩ ବର୍ଷ ବଢାଇ ଦେଇଛନ୍ତି । ଅର୍ଥାତ ଏହା ୨୦୨୪-୨୫ ରୁ ୨୦୨୬-୨୭ ଆର୍ଥିକ ବର୍ଷ ପର୍ୟ୍ୟନ୍ତ ଲାଗୁ ରହିବ । ଏହି ୩ ବର୍ଷ ପାଇଁ ଏହି ଯୋଜନାରେ ୬୦୨୯.୭୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସେହିପରି କାଳିଆ ଯୋଜନାର ହିତାଧିକାରୀ ଥିବା ଭୂମିହୀନ ଚାଷୀ ପରିବାରକୁ ଅତିରିକ୍ତ ୨ ହଜାର ଟଙ୍କା ପ୍ରଦାନ କରାଯିବ।

ଗୁରୁବାର ଏ ସଂକ୍ରାନ୍ତ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ବର୍ଷର ଯେକୌଣସି ସମୟରେ ସରକାର କାଳିଆ ଯୋଜନାରେ ଅର୍ଥ ଦେଇପାରିବେ ବୋଲି କ୍ୟାବିନେଟ୍ ଅନୁମତି ଦେଇଛି। ଫଳରେ ଚଳିତ ବର୍ଷର ପ୍ରଥମ କିସ୍ତି ଖୁବ୍‌ଶୀଘ୍ର ମିଳିବା ପାଇଁ ବାଟ ଖୋଲିଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା କ୍ୟାବିନେଟ୍ ବୈଠକରେ ମୋଟ୍ ୧୬ଟି ପ୍ରସ୍ତାବ ପାରିତ ହୋଇଛି। କାଳିଆ ଯୋଜନା ସମ୍ପର୍କିତ ତିନିଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ୟାବିନେଟ୍‌ରେ ନିଆଯାଇଛି। ୨୦୧୮-୧୯ ମସିହାରୁ ଚାଷୀମାନଙ୍କ ନିମନ୍ତେ କାଳିଆ ଯୋଜନା କାର୍ୟ୍ୟକାରୀ ହେଉଛି। ଏହି ଯୋଜନା କୃଷି ବିକାଶକୁ ତ୍ବରାନ୍ବିତ କରିବା ସହ ରାଜ୍ୟର କୃଷି ସମୃଦ୍ଧିରେ ବିଶେଷ ସହାୟକ ହୋଇପାରୁଛି। ଏହାବାଦ୍ କାଳିଆ ହିତାଧିକାରୀଙ୍କ ପିଲାଙ୍କ ଶିକ୍ଷାଗ୍ରହଣ ପାଇଁ ବିଭିନ୍ନ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ବୃତ୍ତିଗତ ତଥା ବୈଷୟିକ ଶିକ୍ଷା ଗ୍ରହଣ ନିମନ୍ତେ କାଳିଆ ଛାତ୍ରବୃତ୍ତି କାର୍ୟ୍ୟକାରୀ କରାଯାଉଛି। ପୂର୍ବରୁ ଖରିଫ ଋତୁ ଏପ୍ରିଲ୍ ୧ ଓ ରବି ଋତୁ ପାଇଁ ସେପ୍ଟେମ୍ବର ୧ ଓ ପରବର୍ତ୍ତୀ ସମୟରେ କାଳିଆ ସହାୟତା ପ୍ରଦାନ କରାଯାଉଥିଲା। ଏବେ ଏହି ତାରିଖ ସୀମାକୁ ସରକାର ହଟାଇଦେଇଛନ୍ତି।

ଅନ୍ୟ କ୍ୟାବିନେଟ ନିଷ୍ପତ୍ତି

ଗ୍ରାମ ପଞ୍ଚାୟତ ଠଖଡ ଙ୍କ ହେବ ପଦଦୋନ୍ନତି। ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ୩ ଭାଗରେ ବିଭକ୍ତ ହେବେ। ଏଣିକି ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ମିଳିବ ପଦୋନ୍ନତି । ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା +୩କୁ ବୃଦ୍ଧି କରାଯାଇଛି। ୫ ବର୍ଷ ଓ ୮ ବର୍ଷ ପରେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ । ନୂଆ ଓ’ ଯୋଜନା ପାଇଁ ୩୧୫ କୋଟିର ପାଣ୍ଠିକୁ କ୍ୟାବିନେଟ ମୋହର ବାଜିଛି। ଓଡ଼ିଶାରେ ସ୍ଥାପନ ହେବ ଜାତୀୟ ଦକ୍ଷତା ତାଲିମ କେନ୍ଦ୍ର । ଜଟଣୀରେ ୭ ଏକର ୮୧୮ ଡେସିମିଲ ଜାଗା ପ୍ରିମିୟମ ଫ୍ରି’ ରେ ଜମି ଯୋଗାଇ ଦେବେ ସରକାର। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ଆଧାରରେ ଦରମା ମିଳିବ । ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ । ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ। ମୋଟ ୧୭୮୯ ଶିକ୍ଷକ ଓ କର୍ମଚାରୀଙ୍କୁ ୭ମ ବେତନ କମିଶନ ହାରରେ ଦରମା ବଢିବ । ବର୍ଦ୍ଧିତ ଦରମା ପାଇଁ ୨୭.୩୭ କୋଟି ଟଙ୍କା ଅତିରିକ୍ତ ବ୍ୟୟ ହେବ ।

 

Leave A Reply

Your email address will not be published.