ଶଙ୍ଖ ଧରିଲେ ଲେଖାଶ୍ରୀ ସାମନ୍ତ ସିଂହାର ଓ ଗଣେଶ୍ବର ବେହେରା

0

ଭୁବନେଶ୍ବର : ବିଜେଡିରେ ଯୋଗଦେଲେ ଲେଖାଶ୍ରୀ ସାମନ୍ତସିଂହାର ଓ ଗଣେଶ୍ବର ବେହେରା । ଲେଖାଶ୍ରୀ ଆଜି( 7 ଏପ୍ରିଲ 2024)ରେ ବିଜେପିରୁ ଇସ୍ତଫା ଦେଇଥିବାବେଳେ ଗଣେଶ୍ବର ଗତ ଏପ୍ରିଲ 2ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜି ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ଦଳର ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ଲେଖାଶ୍ରୀ ଓ ଗଣେଶ୍ବର  ।

ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଛନ୍ତି, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ। ଆଜି ସକାଳେ ସେ ନିଜର ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଥିଲେ । ନିଜ ଇସ୍ତଫାପତ୍ରରେ ଲେ ଉଲ୍ଲେଖ କରିଛନ୍ତି ଯେ ଗତ 10 ବର୍ଷ ଧରି ସେ ଦଳ ପାଇଁ ନିଜର ରକ୍ତ ଓ ଝାଳଦେଇ କାମ କରିଥିଲେ ।  ଦଳର ପ୍ରତିଟି କାର୍ଯ୍ୟକୁ ସେ ନିଷ୍ଠାର ସହ ସମ୍ପାଦନ କରିଆସିଛନ୍ତି। ଏତେ ଦିନ ଧରି ଦଳ ପାଇଁ କାମ କରିବା ପରେ ବି ଶୀର୍ଷ ନେତୃତ୍ୱର ବିଶ୍ୱାସଭାଜନ ହୋଇପାରିଲେ ନାହିଁ। ତେଣୁ ବିଜେପି ଛାଡ଼ିବାର ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର।

ସେହିପରି ଗତ ସପ୍ତାହରେ ଦଳରୁ ଇସ୍ତଫା ଦେବା ପରେ ଗଣେଶ୍ବର ଗଣମାଧୢମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ତାଙ୍କର ଲକ୍ଷ୍ୟ ହେଉଛି, ସେ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କିଛି କାମ କରିବେ। କାମ କରିବାକୁ ହେଲେ ବିଧାନସଭା ଯିବାକୁ ପଡ଼ିବ। ସେଥିପାଇଁ ସେ ‘ଆମେ ବିଧାନସଭା ଯିବା’ ସ୍ଲୋଗାନ ଦେଇଥିଲେ। କିନ୍ତୁ ଏବେ ଅନୁଭବ କରୁଛନ୍ତି ଯେ କ˚ଗ୍ରେସରେ ରହି ବିଧାନସଭା ଯିବା ସମ୍ଭବନୁହେଁ। ଏହି ନିର୍ବାଚନ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେ ହାରିବାକୁ ଆଉ ଚାହୁନାହାନ୍ତି। ଶେଷସମୟରେ କ˚ଗ୍ରେସ ତାଙ୍କ ପ୍ରତି ଅବିଚାର କରିଛି।

Leave A Reply

Your email address will not be published.