ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର

0

ଭୁବନେଶ୍ବର: ବିଜେପି ଛାଡ଼ିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତ୍ରୀ ତଥା ଦଳର ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ଛାଡ଼ିବା ପରେ ସେ ଅନ୍ୟ କେଉଁ ଦଳରେ ଯୋଗ ଦେବେ ସେ ନେଇ ଅନିଶ୍ଚିତତା ଜାରି ରହିଛି ।

ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ନିଜର ଇସ୍ତଫାପତ୍ର ପଠାଇଦେଇଛନ୍ତି । ନିଜ ଇସ୍ତଫାପତ୍ରରେ ଲେ ଉଲ୍ଲେଖ କରିଛନ୍ତି ଯେ ଗତ 10 ବର୍ଷ ଧରି ସେ ଦଳ ପାଇଁ ନିଜର ରକ୍ତ ଓ ଝାଳଦେଇ କାମ କରିଥିଲେ ।  ଦଳର ପ୍ରତିଟି କାର୍ଯ୍ୟକୁ ସେ ନିଷ୍ଠାର ସହ ସମ୍ପାଦନ କରିଆସିଛନ୍ତି। ଏତେ ଦିନ ଧରି ଦଳ ପାଇଁ କାମ କରିବା ପରେ ବି ଶୀର୍ଷ ନେତୃତ୍ୱର ବିଶ୍ୱାସଭାଜନ ହୋଇପାରିଲେ ନାହିଁ। ତେଣୁ ବିଜେପି ଛାଡ଼ିବାର ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ସେ ନିର୍ବାଚନ ଲଢିବାକୁ ଆଶାୟୀ ଥିବାବେଳେ କନ୍ଧମାଳ ଲୋକସଭା ଆସନ ପାଇଁ ଗତ କିଛି ଦିନ ହେଲା ଉଦ୍ୟମ କରୁଥିଲେ । ଏହା ସତ୍ତ୍ବେ ତାଙ୍କୁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡ଼ିଥିବା କୁହାଯାଉଛି ।

ଏହା ପୂର୍ବରୁ ବିଜେପିର ଆଉ ଜଣେ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ମଧ୍ୟ ଦଳ ଛାଡ଼ିଥିଲେ । ବିଜେପି ଛାଡ଼ିବା ପରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ ଓ ବିଜେଡ଼ି ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ।

 

 

Leave A Reply

Your email address will not be published.